ଗୁମ୍ମା ବ୍ଲକରେ ଅଗ୍ନି ଦୁର୍ଘଟଣାର ପ୍ରତିକାର ପାଇଁ ଅଗ୍ନିଶମ ବିଭାଗର ମକ୍ ଡ୍ରିଲ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମହିଳା ମାନଙ୍କ ଦୌନଦିନ ବ୍ୟବହାର ହେଉଛି ରୋଷେଇ ।ରୋଷେଇ ଘରେ ଗ୍ୟାସ ଏବଂ ଅଗ୍ନିକାଣ୍ଡରୁ ରକ୍ଷା ନିମନ୍ତେ ନିଜକୁ ଓ ପରିବାରକୁ ଅଗ୍ନିକାଣ୍ଡ ଦୁର୍ଘଟଣାରୁ ରକ୍ଷା କରିବା ନିମନ୍ତେ ଗୁମ୍ମା ଅଗ୍ନିଶମ ବିଭାଗ ପକ୍ଷରୁ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଥିଲା।ଏହି ମକ୍ ଡ୍ରିଲ ଗଜପତି ଜ଼ିଲ୍ଲା ଗୁମ୍ମା ବ୍ଲକ କାର୍ଯ୍ୟାଳୟ ପରିସର ଠାରେ ଗୁମ୍ମା ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ତଥା ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ନିମନ୍ତେ ଏକ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗୁମ୍ମା ଅଗ୍ନିଶମ ବିଭାଗ ଏଏସଆଇ କୁନା ଦଳାଇଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ରହି ଗ୍ୟାସ ସିଲିଣ୍ଡର,ଷ୍ଟୋପ ଓ ଭୁକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ନିଜକୁ ସୁରକ୍ଷିତ ରଖାଯାଇପାରିବ ଏହାସହ ଆକସ୍ମିକ ଅଗ୍ନିକାଣ୍ଡ,ଗ୍ୟାସ ସିଲିଣ୍ଡରରେ ନିଆ ଲାଗିବା ଏବଂ ରାସ୍ତାରେ ଗଛ ପଡ଼ିଥିବାକୁ କାଟି କିଭଳି ରାସ୍ତା ସଫା କରାଯାଇପାରିବ ସେ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରାଇଥିଲେ। କାର୍ଯ୍ୟକ୍ରମରେ ବିଡ଼ିଓ ଅନୁପ ଅଭିଷେଖ ବେହେରା,ସିଡିପିଓ ଅନିତାରାଣୀ ପଟ୍ଟନାୟକ, ଅଙ୍ଗନବାଡ଼ି କର୍ମଚାରୀ ଓ ବ୍ଲକ କର୍ମଚାରୀ ସମେତ ଶତାଧିକ ଜନସାଧାରଣ ସାମିଲ୍ ହୋଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ