ଗୁମ୍ମା ବ୍ଲକରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ରାଜ୍ୟ ସରକାର ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସମାରୋହ ଆସନ୍ତା୧୭ ତାରିଖରେ ଭାବ୍ୟ ଢ଼ଙ୍ଗରେ ପାଳନ କରିବାକୁ ଯାଉଛନ୍ତି।ଏହି ଅବସରରେ ବିଭିନ୍ନ ଗାଁ ଗଣ୍ଡାରେ ଭ୍ରମଣ କରୁଛି ଜଗନ୍ନାଥ ଅର୍ପଣ ରଥ।ସାଧାରଣ ଜନତା ଅରୁଆ ଚାଉଳ ଓ ଗୁଆ ଆଦି ସମର୍ପଣ କରୁଛନ୍ତି।ଆଜି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏହି ରଥ ଶୁଭାରମ୍ଭ ହୋଇଛି।ଗୁମ୍ମା ବ୍ଲକର ୨ଟି ଜୁନର ପ୍ରତେକ ଜୁନରେ ଜଗନ୍ନାଥ ଅର୍ପଣ ରଥ ବୁଲିବା ସହ ଜଗନ୍ନାଥଙ୍କ ଉଦ୍ଧେଶ୍ୟରେ ମୁଠେ ଅରୁଆ ଚାଉଳ ଜଗା ପାଖକୁ ଯିବାର ସମ୍ଭାବନା ରହିଛି।ପିଡ଼ି ଡ଼ିଆରଡ଼ିଏ ଡ଼ଃ ଗୁଣନିଧି ନାୟକ ଉପସ୍ଥିତ ରହି ଉକ୍ତ ରଥର ଶୁଭାରମ୍ଭ କରିଛନ୍ତି।କାର୍ଯ୍ୟକ୍ରମରେ ଅନ୍ୟତମ ଭାବେ ବିଡ଼ିଓ ଶରତ କୁମାର ପାତ୍ର,ତହସିଲଦାର ଜୟବ୍ରତ ଆଚାର୍ଯ୍ୟ, ସିଡିପିଓ ପୁଷ୍ପାଞ୍ଜଳି ପଣ୍ଡା,—ପ୍ରମୁଖ ଉପସ୍ଥିତ ଥିଲେ।ବହୁ ଜଗନ୍ନାଥ ପ୍ରେମୀ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ରହି ଜଗନ୍ନାଥ ଅର୍ପଣ ରଥକୁ ସ୍ୱାଗତ କରିଥିଲେ।ଘଣ୍ଟ ଓ ସଂକୀର୍ତିନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ଲକ ପରିସର ଠାରୁ ପାଇକ ସାହି ରାଧାକୃଷ୍ଣ ମନ୍ଦିର ପର୍ଯ୍ୟନ୍ତ ଉତ୍ସବ ମୁଖରିତ ହୋଇଥିଲା।ଅର୍ପଣ ରଥକୁ ପାଇକ ସାହି ଛକରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ପ୍ରତି ଘର ଆଗରେ କଳସ,ଦୀପ,ଝୋଟି ସହିତ ମହିଳା ମାନେ ରଥକୁ ବନ୍ଦାପନା କରି ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଭାଭି ପୂଜାର୍ଚ୍ଚନା କରିଥିଲେ।ପ୍ରଥମ ଦିନରେ ଗୁମ୍ମା ପଞ୍ଚାୟତ ଭ୍ରମଣ କରି ସେରଙ୍ଗ ଗ୍ରାମ ରାଧାକୃଷ୍ଣ ମନ୍ଦିରରେ ପହଁଚି ଥିଲା ଅର୍ପଣ ରଥ।ସେହିପରି ଅର୍ପଣ ରଥ ପାଞ୍ଚ ଦିନ ଧରି ଗୁମ୍ମା ବ୍ଲକର ୨୦ଟି ପଞ୍ଚାୟତ ପରିକ୍ରମା କରାଯିବ ବୋଲି କହିଛନ୍ତି ବିଡ଼ିଓ ଶରତ କୁମାର ପାତ୍ର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ