ଗୁମ୍ମା ବ୍ଲକରେ ମା ସନ୍ତୋଷୀ ମିଲେଟ ଶକ୍ତି ଟିଫିନ କେନ୍ଦ୍ର ଉଦ୍ଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ କୃଷି ବିଭାଗ ଓ ସିସିଡ଼ି ଅନୁଷ୍ଠାନ ଅଧୀନରେ ଓଡ଼ିଶା ମିଲେଟ୍ ମିଶନ୍ ପକ୍ଷରୁ ମା’ ସନ୍ତୋଷୀ ମିଲେଟ ଶକ୍ତି ଟିଫିନ କେନ୍ଦ୍ର ଉଦଘାଟନ ହୋଇଛି। ମୁଖ୍ୟଅତିଥ୍ ଭାବେ ସିଡ଼ିଏଓ ବଳରାମ ସୁବୁଦ୍ଧି, ସିଡିପିଓ ପୁଷ୍ପାଞ୍ଜଳି ସାହୁ, ବିଏଓ ନାରାୟଣ ଚାନ୍ଦ, ଏଏଓ ସଙ୍ଗମିତ୍ରା ପ୍ରଧାନ, ଡ଼ିପିସି ଓଏମଏମ ଦେବସ୍ମିତା ପରିଡ଼ା ଓ ଉଦ୍ୟାନ ଅଧିକାରୀ ଯୋଗ ଦେଇ ଶୁଭାରମ୍ଭ କରିଥିଲେ | ଗୁମ୍ମା ବ୍ଲକ ଆଦିବାସୀ ଅଧ୍ୟଷିତ ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ମାଣ୍ଡିଆ ଚାଷ କରାଯାଏ । ଏଥିପାଇଁ ମାଣ୍ଡିଆର ମହତ୍ତ୍ବ ପ୍ରତି ଜନସଚେତନତା ବୃଦ୍ଧି ନିମନ୍ତେ ସ୍ଥାନୀୟ ମହିଳାଙ୍କୁ ନେଇ ମାଣ୍ଡିଆ, ମୁଗ, ଜନା, କୋଳଥ ଆଦିରୁ ମଣ୍ଡା, କାକରା, ବରା ଓ ଚକୁଳି ପିଠା ପ୍ରସ୍ତୁତି କରାଯାଇଥିଲା I ପ୍ରତିଦିନ ଖାଦ୍ୟରେ ମାଣ୍ଡିଆକୁ ଅନ୍ତର୍ଭୁକ୍ତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏହି ଟିପିନ କେନ୍ଦ୍ର ଠାରେ ପ୍ରସୂତ ଟିପିନ ବିକ୍ରି କରିବାକୁ ଲକ୍ଷ୍ୟ କରାଯାଇଛି ବୋଲି ସିଡିପିଓ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ସିସିଡ଼ି ଅନୁଷ୍ଠାନ ବ୍ଲକ କୋଡ଼ିନେଟର ପ୍ରଦୀପ ଗମାଙ୍ଗ, ସତ୍ୟଜିତ ପାଇକ ଓ ମିଶନ ଶକ୍ତି ବିପିସି ରଶ୍ମିତା ପଟ୍ଟନାୟକ, ରାଜଲକ୍ଷ୍ମୀ ରାଇକା ଓ ମା ସନ୍ତୋଷୀ ସୟଂ ସହାୟକ ଗୋଷ୍ଠୀ ଦଳ ପକ୍ଷରୁ ପରିଚାଳନା କରଯାଇଥିଲା।