ଗୁମ୍ମା ବ୍ଲକର ଉପନିର୍ବାଚନରେ ଅଧ୍ୟକ୍ଷା ଭାବେ ଗିତାଞ୍ଜଳୀ ଭୂୟାଁ ବିଜୟୀ ଘୋଷିତ
ପାରଳାଖେମୁଣ୍ଡି, ୧୫ା୭ (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗଙ୍କ ହଠାତ ପରଲୋକ ହେବା ପରେ ଏହି ଅଧ୍ୟକ୍ଷ ପଦବୀ ଖାଲିପଡିଥିଲା । ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ଉପନିର୍ବାଚନରେ ଜିତାଞ୍ଜଳି ଭୂୟାଁ ବିଜୟୀ ଘୋଷିତ ହୋଇଛନ୍ତି । ଏହି ଉପନିର୍ବାଚନରେ ଦୁଇଜଣ ପ୍ରାର୍ଥି ଗତାଞ୍ଜଳି ଭୂୟାଁ ଓ ମିଖୋଲ ଭୂୟାଁ ପ୍ରତିଦ୍ୱନ୍ଦିତା କରିଥିଲେ । ଗୁମ୍ମା ବ୍ଲକର ୧୮ଟି ସମିତି ସଭ୍ୟଙ୍କୁ ନେଇକି ଏହି ଉପନିର୍ବାଚନ ହୋଇଥିଲା । ଗୁମ୍ମା ବ୍ଲକ ସଭାଗୃହ ଠାରେ ବିଧିବଦ୍ଧ ଭାବେ ଗତକାଲି ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ପରେ ଯାଞ୍ଚ କରାଯାଇଥିଲା ଏବଂ ମଧ୍ୟାହ୍ନ ୧୨ ଘଣ୍ଟା ଠାରୁ ୨ ଘଣ୍ଟା ପର୍ଯ୍ୟନ୍ତ ବହୁ ମୂଲ୍ୟ ମତଦାନ ଭୋଟ ନିଜର ପ୍ରାର୍ଥୀଙ୍କୁ ଦେଇଥିଲେ । ଶେଷରେ ବିଧିବଦ୍ଧ ଭାବେ ସମସ୍ତ ଐପଚାରିକ ପୂରଣ କରି ଭୋଟ ଗଣନା କରାଯାଇଥିଲା । ମୋଟ ୧୮ ଖଣ୍ଡ ଭୋଟ ମଧ୍ୟରୁ କଂଗ୍ରେସର ସମର୍ଥିତ ଗିତାଞ୍ଜଳି ଭୂୟାଁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦିଙ୍କ ମିଖାଇଲ ଭୂୟାଁଙ୍କ ଠାରୁ ୮ ଖଣ୍ଡ ଭୋଟ ପାଇ ବିଜୟୀ ଲାଭ କରିଥିଲେ । ଗୀତାଞ୍ଜଳୀ ବିଜୟୀ ହେବାପରେ ମୋହନା ବିଧାୟକ ତଥା କଂଗ୍ରେସର ଜିଲ୍ଲା ସଭାପତି ଦାଶରଥି ଗମାଙ୍ଗ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, କଂଗ୍ରେସର ଜିଲ୍ଲା ଯୁବ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, କଂଗ୍ରେସ ବ୍ଲକ ଯୁବ ସଭାପତି ମଣ୍ଟୁ ପାଣି ପ୍ରମୁଖ କଂଗ୍ରେସ କର୍ମୀମାନେ ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ ଜଣାଇଥିଲେ । ଏହାସହ ଭାଜପା ଯୁବନେତା କୃଷ୍ଣଚନ୍ଦ୍ର ବିଶୋୟୀ ମଧ୍ୟ ନବ ନିର୍ବାଚିତ ଅଧ୍ୟକ୍ଷାଙ୍କୁ ଅଭିନନ୍ଦନ ଜଣାଇଥିଲେ । ବିଜୟୀ ହେବାପରେ ଗିତାଞ୍ଜଳୀ କହିଛନ୍ତି ଯେ, ବ୍ଲକରେ ରହିଥିବା ସମସ୍ୟା ଗୁଡିକର ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବି ବୋଲି ଜଣାଇଛନ୍ତି ।

 
            
