ଗୁମ୍ମା ମଣ୍ଡଳୀର ନୂତନ ଫାଷ୍ଟର ବିଲାପ ପାଣି
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଖ୍ରୀଷ୍ଟଧର୍ମରେ ଖ୍ରୀଷ୍ଟମାସ ଓ ନୂଆ ବର୍ଷ ଏକ ବଡ଼ ପର୍ବ ଭାବେ ପରିଚିତ। ବୁଧବାର ଗଜପତି ଜିଲ୍ଲା ଗୁମ୍ମା ସଦର ମହକୁମା ଖ୍ରୀଷ୍ଟିଆନ ସାହିରେ ସର୍ବ ସାଧାରଣଙ୍କ ସହମତି କ୍ରମେ ନୂତନ ବର୍ଷରେ ଗୁମ୍ମା ମଣ୍ଡଳୀରେ ନୂତନ ଫାଷ୍ଟର ବିଲାପ ପାଣି(୨୯)। ପୂର୍ବରୁ ଅନେକ ବର୍ଷ ଧରି ସେସପତି ପାଣି ଫାଷ୍ଟର ଭାବେ କାର୍ଯ୍ୟ ତୁଲାଉ ଥିଲେ । ଆଜି ନବ ନିର୍ବାଚିତ ଯୁବ ଫାଷ୍ଟର ବିଳାସ ପାଣି ଦାଇତ୍ଵ ଗ୍ରହଣ କରିଥିଲେ । ବିଳାସଙ୍କୁ ଗୁମ୍ମା ଗ୍ରାମର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ରୀତିନୀତି ଅନୁସାରେ ପୁର୍ବତନ ଫାଷ୍ଟର ସେସପତିଙ୍କ ଉପସ୍ଥିତରେ ଦାଇତ୍ଵ ପ୍ରଦାନ କରିଥିଲେ । ଗ୍ରାମର ସମସ୍ତ ବ୍ୟକ୍ତି ନୂଆ ଫାଷ୍ଟରକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ଗାଁ ସାରା ଶୋଭାଯାତ୍ରାରେ ବୁଲାଇ ଥିଲେ। ଏନେଇ ବିଳାସ ପାଣିଙ୍କ କହିବା ଅନୁସାରେ ଆଧ୍ୟାତ୍ମିକତା ବଡେ଼ଇବା,ସମସ୍ତଙ୍କ ବନ୍ଧୁତା ସ୍ଥାପନ କରିବା, ଭାଇଚାରା ତିଆରି କରିବା ଓ ମୁଖ୍ୟତଃ ମୋଦମୁକ୍ତ କରିବା ଲକ୍ଷ ରଖିଛନ୍ତି ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ବାଦକ, ଚାଳକ, ପରିଚାଳକ, କାର୍ଯ୍ୟକର୍ତା, ସହ ସମ୍ବାଦକ ଓ ଡ଼ିକନ ଉପସ୍ଥିତ ରହି ପରିଚାଳନା କରିଥିଲେ ।


