ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ସମୀକ୍ଷା କଲେ ଜିଲାପାଳ
ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଅଚାନକ ଗୁମା ସରକାରି ବିଦ୍ୟାଳୟ ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ ୫ଟି ମାଧ୍ୟମରେ ଗୁମ୍ମା ସରକାରୀ ବିଦ୍ୟାଳୟର ସ୍ମାର୍ଟକ୍ଲାସ ଭାବେ ଯେଉଁ କାର୍ଯ୍ୟ ଆରମ୍ଭ ହୋଇଚି ଏହାର ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା। ଏହାପରେ ଗୋଷ୍ଠି ଉନ୍ନୟନ ଅଧିକାରୀ ନଟବର ଗରଡ଼ାଙ୍କ ଆଲୋଚନା କରିଥିଲେ। ଏଥିରେ ବିଡ଼ିଓ ନଟବର ଗରଡ଼ା,ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ,ପ୍ରଧାନ ଶିକ୍ଷକ ବିଦ୍ୟାଳୟର ଏସ୍ଏମ୍ ସଭାପତି ମିହୀରଲାଲ ପାଣି ଓ ଲାଇନ ବିଭାଗ୍ୟ ଅଧିକାରୀ ଉପସ୍ଥିତ ଥିଲେ। ବିଦ୍ୟାଳୟର ସନ୍ଦର୍ଯ୍ୟକରଣ ଓ ରୂପରେଖ ପରିବର୍ତ୍ତନରେ ଆଗାମୀ ଦିନରେ ଏଠାକାର ଛାତ୍ରଛାତ୍ରୀ ଆଉ ସହର ମୁହାଁ ହେବେନି ବୋଲି କହିଛନ୍ତି ଜିଲ୍ଲାପାଳ।ପରେ ସମସ୍ତ ବିଭାଗ୍ୟ ଅଧିକାରୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ କରିଥିଲେ। ଏମିତ ଜିଲ୍ଲାପାଳଙ୍କ ଅନୁଧ୍ୟାନକୁ ଅଭିଭାବକ ମହଲରେ ଆନନ୍ଦ ପରିଲକ୍ଷିତ ହେଉଛି।


