ଗୁରାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ମହିଲା ଓ ଶିଶୁମାନଙ୍କୁ ସୁରକ୍ଷା ଓ ଯତ୍ନ ପାଇଁ ଗଜପତି ଜିଲ୍ଲା ଗୁରାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସ୍ୱତନ୍ତ୍ର ଟୀକୀକରଣ ଅଭିଯାନ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି । ଏହି ଅଭିଯାନ ଆଗାମୀ ୩ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ମାସରେ ୭ଟି କାର୍ଯ୍ୟ ଦିବସରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ୧୭ଗୋଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଏହି ଟୀକାକରଣ କରାଯିବ । ଗତକାଲି ଏହି ଟୀକାକରଣ ଅଭିଯାନ ସୁଭାରମ୍ଭ ହୋଇଛି । ଏହି ଅଭିଯାନକୁ ଡଃ.ପତିତପାବନ ବାରିକ ସବୁଜ ପତାକା ଦେଖାଇ ସୁଭାରମ୍ଭ କରିଥିଲେ । ଜିଲ୍ଲା ଆଶା ମ୍ୟାନେଜର ନାରାୟଣ ମଲିକ,ରାଜ୍ୟ ପ୍ରଗ୍ରାମ ମ୍ୟାନେଜର ମାଧୁରୀ ସ୍ୱାଇଁ,ଜିଲ୍ଲା ୱାଷ କୋର୍ଡିନଟର ଚିତ୍ରା ବାଲ ପ୍ରମୁଖଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ରର ପିଏଚଇଓ ମମତା ପାଢୀ ଏହି ଅଭିଯାନର ପରିଚାଳନା କରିଥିଲେ । ଗୁରାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଏହି ସ୍ୱତନ୍ତ୍ର ଟୀକାକରଣ ଅଭିଯାନରେ ସମସ୍ତ ଜନସାଧାରଣଙ୍କୁ ସଚେତନ କରିବା ସହ ଅଞ୍ଚଳର ସମସ୍ତ ମହିଳା ଓ ଶିଶୁ ଟୀକାକରଣ କରି ଯେପରି ସୁରକ୍ଷାରେ ରହିପାରିବେ ଏ ନେଇ ଏକ ପ୍ରଚାର ଓ ସଚେତନା ରଥ ଗାଁକୁ ଗାଁ ପରିକ୍ରମା କରି ଲୋକଙ୍କୁ ସଚେତନ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ