ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ

ଭଞ୍ଜନଗର (ସନ୍ତୋଷ ଜେନା): ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟର ଅନ୍ତର୍ଗତ ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 2020-21 ଶିକ୍ଷାବର୍ଷ ନିମିତ୍ତ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସରପଞ୍ଚ ପ୍ରତିନିଧି ଶିବ ଶଙ୍କର ପ୍ରଧାନ ,ସମିତି ସଭ୍ୟ ଟୁକୁନା ସାହୁ,ସି.ଆର୍.ସି.ସି ତ୍ରିନାଥ ବେହେରା,ଗୁରାବାଡି ଗ୍ରାମ ସଭାପତି ଶିବରାମ ବିଷୋୟୀ ପ୍ରମୁଖ ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଏକ ହଳ ପୋଷାକ ସମେତ ଗୋଟିଏ ହଳ ଜୋତା,ଏବଂ ମୋଜା ସରକାରୀ ନିର୍ଦ୍ଦେଶନାମା ପ୍ରକାରେ ବଣ୍ଟନ କରିଥିଲେ ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ବେହେରା,ଏସ୍.ଏମ୍.ସି ସଭାପତି ସନ୍ତୋଷ ସେନାପତି,ପୂର୍ବତନ ସଭାପତି ଜୟରାମ ସ୍ବାଇଁ , ସଦସ୍ୟ ଲକ୍ଷ୍ମଣ ସାହୁ ,ସହକାରୀ ଶିକ୍ଷକ ରମେଶ ଚନ୍ଦ୍ର ବେହେରା,ତ୍ରିନାଥ ପ୍ରଧାନ,କୁଞ୍ଜବିହାରୀ ମଲ୍ଲିକ,ଶିକ୍ଷୟିତ୍ରୀ ମମତା ସାହୁ,ସୁବାଷିନୀ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗ୍ରାମବାସୀ, ଏସ୍.ଏମ୍.ସି କମିଟି ସଦସ୍ୟା,ସଦସ୍ୟ,ଆଶା କର୍ମୀ ପ୍ରମୁଖଙ୍କ ଉପସ୍ଥିତିରେ କୋଭିଡ ଗାଇଡ ଲାଇନ ଅନୁସରଣ ପୂର୍ବକ ଏହି ମେଳା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସମସ୍ତଙ୍କ ସହ ସୁସଂପର୍କ ରଖି କ୍ଳଷ୍ଟରର ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ରହୁଥିବା ସି.ଆର୍.ସି.ସି ତ୍ରିନାଥ ବେହେରାଙ୍କୁ ବିଦ୍ୟାଳୟ ପରିଚାଳନା କମିଟି ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶେଷରେ ଶିକ୍ଷକ ରମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଏହି କ୍ଳଷ୍ଟର ଅନ୍ତର୍ଗତ ତିଲିକି ପ୍ରାଥମିକ ବିଦ୍ୟାଳୟ, ଇନ୍ଦାଗଡ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଏବଂ ହାତିଗୁଡା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଅନୁରୂପ ଭାବେ ପୋଷାକ ବିତରଣ କରାଯାଇଥିବା କଥା ସି.ଆର୍.ସି.ସି ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ