ଗୁରୁକୃପା ଆବାସିକ ବିଦ୍ୟାଳୟର 4ର୍ଥ ବାର୍ଷିକ ଉତ୍ସବ ପାଳନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଲଣ୍ଡେଇସାହି ଛକ ନିକଟ , କେ ଏସ ୟୁ ବି କଲେଜ ରୋଡ଼ରେ ଥିବା ଗୁରୁକୃପା ଆବାସିକ ବିଦ୍ୟାଳୟ ର 4ର୍ଥ ବାର୍ଷିକ ଉତ୍ସବ ,ଗୁରୁକୃପା ଟ୍ରଷ୍ଟ ସଭାପତି ସୁବ୍ରତ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ମୁଖ୍ୟ ବକ୍ତା ଭାବେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ, ସମ୍ମାନୀତ ଅତିଥି ଭାବେ ଅନୁପମ ବାନାର୍ଜୀ, ବିଦ୍ୟାଳୟ ସଭାପତି ଏ. ସୂର୍ଯ୍ୟନାରାୟଣ ଦୋରା, ଅଧ୍ୟକ୍ଷ ହୃଦାନନ୍ଦ ତ୍ରିପାଠୀ , ପ୍ରାକ୍ତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ପ୍ରମୁଖ ଅତିଥି ଭବେ ମଞ୍ଚାସୀନ ଥିଲେ।ବିଦ୍ୟାଳୟର ଅଧ୍ୟକ୍ଷ ହୃଦୟାନନ୍ଦ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ।ବିଦ୍ୟାଳୟ ର ଉତ୍ତମ ଶିକ୍ଷା ବ୍ୟବସ୍ଥା,ଶାନ୍ତି ଶୃଙ୍ଖଳା ଓ ଛାତ୍ରଛାତ୍ରୀ ଙ୍କ ଶିଷ୍ଟାଚାର କୁ ସମସ୍ତ ଅତିଥିମାନେ ଦେଖି ବିଦ୍ୟାଳୟ ର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ,ଛାତ୍ରଛାତ୍ରୀ ଙ୍କୁ ବେଶ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ଵାରା ଭାଗନେଇଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ନୃତ୍ୟ ,ସଙ୍ଗୀତ ର ପରିବେଷଣ ହୋଇଥିଲା | ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ଅଧିକାଂଶ ଛାତ୍ରଛାତ୍ରୀ ଭାଗନେଇଥିଲେ | ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତ ଅତିଥି , ଅବିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ମନମୁଗ୍ଧ କରିଥିଲା ଯାହାଫଳରେ ସମସ୍ତେ ଉପସ୍ଥିତ ରହି ଏହାର ମନ ଭରି ଉପଭୋଗ କରିଥିଲେ। ବିଦ୍ୟାଳୟର ଉତ୍ତମ ଶିକ୍ଷାଦାନ ବ୍ୟବସ୍ଥା ,ହଷ୍ଟେଲ ସୁବିଧା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , କର୍ମଚାରୀମାନଙ୍କ ଉତ୍ତମ ବ୍ୟବହାର ଯୋଗୁଁ ଏହି ଅଞ୍ଚଳ ରେ ସୁନାମ ଅର୍ଜନ କରିଛି | ଏହି ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଏବଂ ଗୁରୁକୃପା ଟ୍ରଷ୍ଟ ସଭାପତି ସୁବ୍ରତ କୁମାର ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା ମଧ୍ୟ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ