ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ସହାୟତା ପ୍ରଦାନ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଯୁବରାଜ ସେଠୀ ଅଟୋରେ ସ୍କୁଲରୁ ଫେରିବା ସମୟରେ ଅଟୋରୁ ଖସିପଡି ଗତ ଡିସେମ୍ବର ୧୦ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ। ସ୍ବର୍ଗତ ଛାତ୍ର ଯୁବରାଜଙ୍କ ମୃତ୍ୟୁ ଖବର ପାଇବା ପରେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ବନିତା ସେନାପତି ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ୧୦ ହଜାର ଟଙ୍କା ମଞ୍ଜୁରୀ କରିଥିଲେ। ଡିସେମ୍ବର ୧୮ ତାରିଖ ଦିନ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ସ୍ବର୍ଗତ ଛାତ୍ର ଯୁବରାଜଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଗୁରୁଛାତ୍ର କଲ୍ୟାଣ ପାଣ୍ଠିର ୧୦ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ। ଏବିଇଓ ଶ୍ରୀ ସେନାପତିଙ୍କ ସହ ଓଡିଶା ଆଦର୍ଶ ବିଦ୍ୟାଳୟର ଏ ରାଜେଶ କୁମାର ଦୋରା, ସର ମିନିକା ଗୁରୁ, କାର୍ତ୍ତିକେଶ୍ବର ବେହେରା, ଓ ସରୋଜ କୁମାର ବିଷୋୟୀ, ବିଇଓ ଅଫିସ ମୁଖ୍ୟ କିରାଣୀ ଭାସ୍କର ଚନ୍ଦ୍ର ସାହୁ,ଓ କିରାଣୀ ସୁଧାଂଶୁ ଶେଖର ନାୟକ, ଏବଂ ଖୋଳଖାଳି ସ୍କୁଲ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପାତ୍ର, ସିଆରସିସ ରାଜେଶ ସାହୁ, ଶିକ୍ଷକ ସନ୍ତୋଷ କୁମାର ପାତ୍ର, ଓ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ପରିବାର ସଦସ୍ୟଙ୍କୁ ନୈତିକ ସାହାସ ଯୋଗାଇବା ସହ ସମବେଦନା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ