ଗୁରୁଜୀ ଗୁରୁମା ଙ୍କ ଅବଦାନ ସ୍ଵର୍ଣ୍ଣ ଅକ୍ଷର ରେ ଲିପିବଦ୍ଧ ହୋଇରହିଵ

କଣାସ, (ପାହାନ୍ତା ସିଂହ ଅଜଂଳୀ ସାହୁ):କଣାସ ବ୍ଲକ୍ ର ବହୁ ପୁରାତନ ପ୍ରତିଷ୍ଠିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୯ତମ ବାର୍ଷିକ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ରେ ଯୋଗଦେଇ ସତ୍ୟବାଦୀର ଲୋକପ୍ରିୟ ବିଧାୟକ ଓମ୍ ପ୍ରକାଶ ମିଶ୍ର ଯୋଗ ଦେଇ କହିଲେ ଛାତ୍ରୀଛାତ୍ର ମାନଙ୍କ ଭବିଷ୍ୟତ ପାଇଁ ଗୁରୁଜୀ ଗୁରୁମା ମାନଙ୍କ ଯେଉଁ ଅବଦାନ ତାହା ସ୍ଵର୍ଣ୍ଣ ଅକ୍ଷର ରେ ଲିପିବଦ୍ଧ ହୋଇରହିଵ।୨୯ ବର୍ଷ ଧରି ଏହି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ନିରଵିଛିନ୍ନ ଶିକ୍ଷା ଦାନ କରି ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି । ଏହି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦର ଏକ ମଣିଷ ନିର୍ମାଣ କାରଖାନା ଅଟେ । କଣାସ ବ୍ଲକ୍ ଏକ ପଛୁଆ ଅଂଚଳ ଅଟେ।ଏଠି ବଂଚିବା ପାଇଁ ଲୋକ ସଂଘର୍ଷ କରୁଛନ୍ତି। ନିଜ ର ପିଲା ମାନଙ୍କୁ ମଣିଷ କରି ସମାଜରେ ପ୍ରତିଷ୍ଠା କରିବାର ପାଇଁ ସରସ୍ଵତୀଶିଶୁ ବିଦ୍ୟା ମନ୍ଦିର ରେ ନାମ ଲେଖାଉଛନ୍ତି । ଶିଶୁମାନଙ୍କ ଦାୟିତ୍ଵ ଗୁରୁଜୀ ଗୁରୁମା ମାନେ ନେଉଥିବାରୁ ମୁଁ ବହୁତ ଆନନ୍ଦିତ । ଏହି ବିଦ୍ୟାଳୟ ରେ ଉନ୍ନତି ପାଇଁ ଯାହା ସହଯୋଗ ଦରକାର ମୁଁ କରିବା ପାଇଁ ପ୍ରସ୍ତୁତ ବୋଲି ସମ୍ମତି ପ୍ରକାଶ କରିଥିଲେ। ବିଦ୍ୟାଳୟ ପରିସରରେ ଗୋଟିଏ ଗଛ ମାଁ ଙ୍କ ନାମରେ ବୃକ୍ଷ ରୋପଣ କରିଥିଲେ। ବିଦ୍ୟାଳୟ ର ସଭାପତି ସୁବୋଧ ଦାସଙ୍କ ଅଧକ୍ଷତା ରେ ଅନୁଷ୍ଠିତ ସଭା ରେ କଣାସ ସରପଂଚ ଭଗବାନ ସୁବୁଦ୍ଧି,ଶି ଵି ସ ଭୁବନେଶ୍ୱର ସଭାପତି କୁଳମଣି ମିଶ୍ର, ସଂପାଦକ ହାଡିବନ୍ଧୁ ଚମ୍ପିତି, ସହ ସଂପାଦକ ନିଳଗୀଵ ଶ୍ରୀ ଚନ୍ଦନ , କୋଷାଧ୍ୟକ୍ଷ ଗିରୀଜା ସା‌ମନ୍ତରାୟ ,ପ୍ରଧାନ ଆଚାର୍ଯ୍ୟ ସଂଜୟ କୁମାର ସେଠୀ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇ ଥିଲା। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବରିଷ୍ଠ ଗୁରୁଜୀ ସୁବାସ ଚନ୍ଦ୍ର ପ୍ରଧାନ, ସଂଜୟ କୁମାର ପ୍ରଧାନ, ଅଜଂଳୀ ସାହୁ, ବାସନ୍ତୀ ଜେନା, ରୋଜିନା ପେଣ୍ଠୋଇ, ପୁଷ୍ପଲତା ଦାସ,ପବିତ୍ର କୁମାର ରାଉତ,ଶୀଳାବତୀ ସ୍ଵାଇଁ,ସଚଳା କୋଦମା ସିଂହ, ସୁଜାତା ସାହୁ , ମମତା ସାହୁ, ଏଲିଜା ସୁନ୍ଦରାୟ, କୁନି ଛୋଟରାୟ, ନମିତା ଦାଶ, ସତ୍ୟଭମା ପ୍ରଧାନ, ମମତା ପ୍ରଧାନ,ସରିତା ଜେନା , ହରେକୃଷ୍ଣ ନାୟକ, ରୋଜାଲିନ ନାୟକ, ସଂଧ୍ୟା ରାଣୀ ପେଠୋଇ ଶୁଭଶ୍ରୀ ଗୁରୁମା, ଜିତୁ ଭାଇ, ନଳିନୀ, ଶ୍ରୀମତୀ, ଲକ୍ଷ୍ମୀ ଅପା ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ