ଗୁରୁଣ୍ଠି ଶ୍ରୀରଙ୍ଗରାଜପୁର ଗ୍ରାମ ପାନୀୟ ଜଳ ଅଭାବ; ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ

କୁକୁଡାଖଣ୍ଡି,(ଓ୍ବାଇଏନ୍ଏସ୍) : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ପଞ୍ଚାୟତ ର ଶ୍ରୀରଙ୍ଗରାଜପୁର ଗ୍ରାମରେ ପାନୀୟ ଜଳର ଅଭାବ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବା ପାଇଁ ପଡୁଛି ।ଏହି ସମସ୍ୟା ଗୋଟିଏ କି ଦୁଇ ଦିନର ଘଟଣା ନୁହେଁ ଏହା ଦୀର୍ଘ ବର୍ଷବର୍ଷ ଧରି ସମସ୍ୟା। ଏହାର ଦୂରୀକରଣ ପାଇଁ ସରପଞ୍ଚ ମିନତୀ ପାତ୍ର ଙ୍କୁ ଗ୍ରାମର ଲୋକେ ବାରମ୍ବାର ଅଭିଯୋଗ କରୁଥିବା ସତ୍ୱେବି ସରପଞ୍ଚ ନୀରବତା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି l ଗୁରୁଣ୍ଠି ସରପଞ୍ଚ ଗ୍ରାମରେ ନିର୍ବାଚନ ସମୟରେ ସୁଖଦୁଃଖ ରେ ଅଞ୍ଚଳବାସି ଙ୍କ ସାଥିରେ ରହିବା ପାଇଁ ପ୍ରତିଶୃତି ଦେଇ ସେହି ଅଞ୍ଚଳ ପରିକ୍ରମା ନକରିବା ସହ ନିଜ ଅଞ୍ଚଳରେ ମଧ୍ୟ ନରହି ଅନ୍ୟ ପଞ୍ଚାୟତ ରେ ବାସ କରୁଥିବା ଯୋଗୁଁ ଗ୍ରାମର ବିଭିନ୍ନ ସମସ୍ୟା ବଢିଚାଲିଛି କୌଣସି ସମସ୍ୟା କୁ ସରପଞ୍ଚଙ୍କ ଗୁରୁତ୍ୱ ନାହିଁ କି ଅଭିଯୋଗ କଲେ କର୍ଣ୍ଣପାତ କରୁନଥିବା ଯୋଗୁଁ ବୁଧବାର ଚନ୍ଦ୍ର ଶେଖର ଦାଶ ଙ୍କ ନେତୃତ୍ୱ ରେ ଏକାଧିକ ଲୋକ ବିଡ଼ିଓ କାର୍ଯ୍ୟାଳୟରେ ଜଳ ଯୋଗାଣ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଏମାନଙ୍କ ସହ ବଜେପି ନେତା ଚିନ୍ମୟାନନ୍ଦ ବ୍ଲକ କାର୍ଯ୍ୟାଳୟ ରେ ପହଂଚି ବିଡ଼ିଓ ଙ୍କୁ ପାଣି ସମସ୍ୟା ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ ଏଥିରେ ଗୁରୁଣ୍ଠି ପଞ୍ଚାୟତ ଶ୍ରୀରଙ୍ଗରାଜପୁର, କେ ଚନ୍ଦ୍ର ଶେଖର ଦାସ,ପି.ତ୍ରିଲୋଚନ ପାତ୍ର.କେ ଅସକ ପାତ୍ର.କେ ଶେଷଦେଵ ଦାସ କେ ରାଜେଶ୍ୱରି ଦାସ, ନମିତା ନାୟକ, ସୁଶିଳା ଡାକୁଆ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ