ଗୁରୁତର ପୋଡିଯାଇଥିବା ମହିଳାଙ୍କୁ କଟକ ସ୍ଥାନାନ୍ତରିତ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା, ପୋଲସରା ଥାନା, କଣିଆପଲ୍ଲୀ ଗ୍ରାମରେ ବୁଧବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବିବାହିତା ମହିଳା ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳା ଜଣକ ହେଲେ ଢୁଙ୍କାପଡା ପଞ୍ଚାୟତ ଅନ୍ତର୍ଗତ କଣିଆପଲ୍ଲୀ ଗ୍ରାମର ହରପ୍ରିୟା ପାଢ଼ୀ। ପୋଲସରା ପୋଲିସ ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ କହିବା ପ୍ରକାରେ ସମ୍ପୃକ୍ତ ମହିଳା ଜଣକ ପୋଲିସ କଣ୍ଟ୍ରୋଲ ରୁମକୁ କଲ କରିଥିଲେ। ସେଠାରୁ ପୋଲସରା ପୋଲିସ ଥାନାକୁ ଖବର ଆସିବା ପରେ ସଙ୍ଗେ ସଙ୍ଗେ ହାବିଲଦାର ଧନୁର୍ଜୟ ପାତ୍ରଙ୍କୁ କଣିଆପଲ୍ଲୀ ପଠାଯାଇଥିଲା। ସେ ପହଞ୍ଚିବା ପରେ ମହିଳା ଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଥିଲା। ହାବିଲଦାର ଧନୁର୍ଜୟ ପାତ୍ର ଉପସ୍ଥିତ ବୁଦ୍ଧି ଖଟାଇ ନିଶ୍ଚିତ ବଡ ଦୁର୍ଘଟଣାରୁ ମହିଳା ଜଣଙ୍କ ରକ୍ଷାକରି ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ସମ୍ପୃକ୍ତ ମହିଳାଙ୍କୁ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ପୋଲସରାରେ ପ୍ରାଥମିକ ଚିକିତ୍ସାପରେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିଲା। ଅଧିକ ଗୁରୁତର ଯୋଗୁଁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି। ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛ। କେତେକ ଏହାକୁ ପାରିବାରିକ ଘଟଣାରୁ ଘଟିଥିବା ଆଲୋଚନା କରୁଥିବା ବେଳେ ଅନ୍ୟ କେତକ ମହିଳା ଜଣଙ୍କ ମାନସିକ ବିକାରଗ୍ରସ୍ତ ଥିବା ମଧ୍ୟ ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ