ଗୁରୁତର ମାନଙ୍କୁ ଏସ୍ସିବିରେ ଭେଟିଲେ ବିଜେପିର ଯୁବନେତା ଶଙ୍କର ପ୍ରସାଦ ପ୍ରଧାନ

ଗଞ୍ଜାମ- ନିର୍ବନ୍ଧ ପାଇଁ ବନ୍ଧୁବାନ୍ଧବଙ୍କୁ ନେଇ କନ୍ୟାଘରକୁ ଯାଉଥିଲେ ବରପକ୍ଷର ପରିବାର। ବସ୍ ଭିତରେ ଥିଲା ହସଖୁସିର ପରିବେଶ। ଆଉ କିଛି ସମୟ ପରେ ସମସ୍ତେ ପହଞ୍ଚି ଯାଇଥାନ୍ତେ କନ୍ୟାଘରେ । ଶଙ୍ଖ ହୁଳହୁଳିରେ କମ୍ପିଥାନ୍ତା ଗାଁ । ଭୋଜିଭାତର ମଜା ନେଇଥାନ୍ତେ ସମସ୍ତେ । ହେଲେ ବିଧିର ବିଧାନ ଥିଲା ଅଲଗା । ଗାଁ ମୁଣ୍ଡ ଛକରେ ଉପରୁ ଓହଳିଥିଲା ମୃତ୍ୟୁ ରୂପି ୧୧କେଭି ବିଦ୍ୟୁତ ତାର। ଏହି ତାର ସଂସ୍ପର୍ଶରେ ଆସି ପୂରା ବସ୍ଟିରେ କରେଣ୍ଟ୍ ଚାର୍ଜ ହୋଇଗଲା। ଆଉ ବସ୍ରେ ବସିଥିବା ୪୩ ଜଣଙ୍କ ଭିତରୁ ୧୦ଜଣ ଜୀବନ୍ତ ଦଗ୍ଧ ହୋଇଗଲେ। ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବାବେଳେ ୧୮ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୯ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଣ୍ଡରାଜପୁର ଗ୍ରାମରେ ଘଟିଛି ଏମିତି ଏକ ଅଘଟଣ। ଚାରିଆଡ଼େ ଖେଳି ଯାଇଛି ଶୋକର ଛାୟା। ଅନ୍ୟପଟେ ଏସ୍ସିବିରେ ଚିକିତ୍ସିତ ହେଉଥିବା ଲୋକମାନଙ୍କୁ ଭେଟିଛନ୍ତି ବ୍ରହ୍ମପୁର ବିଶିଷ୍ଠ ସାମାଜିକ କର୍ମୀ ତଥା ବିଜେପିର ଯୁବ ନେତା ଶ୍ରୀଯୁକ୍ତ ଶଙ୍କର ପ୍ରସାଦ ପ୍ରଧାନ । ସେ ଗୁରୁତର ମାନଙ୍କୁ ଭେଟି ସେମାନଙ୍କର ଚିକିତ୍ସା ସଂର୍ପକରେ ବୁଝିବା ସହ ଆଶୁଆରୋଗ୍ୟ କମନା କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ