ଗୁରୁତର ଯୁବକ ପାଖରେ ପହଞ୍ଚିଲେ ଡାକ୍ତର ଓ ପ୍ରଶାସନ
ଗଞ୍ଜାମ,(ଓ୍ବାଇଏନ୍ଏସ୍) : ଭାଇର ଶବ ସତ୍କାର କରି ଫେରିବା ବେଳେ ଦୁର୍ଘଟଣା ଘଟି ବାମ ଗୋଡ଼ଟି ଶରିରୀରୁ ଅଲଗା ହୋଇଯିବା , ଆର୍ଥିକ ସଂକଟ ଯୋଗୁ ଉତ୍ତମ ଚିକିତ୍ସା କରିନପାରି , ଫଳରେ ଗୋଡ଼ଟି ଦିନକୁ ଦିନ ସେପଟିକ ହୋଇ ପଚି ଯାଉଥିବାରୁ ଯୁବକ ଜଣକ ଭାରସାମ୍ୟ ହରାଇ ଶେଷରେ ଆପଣେଇ ନେଇଛି ଚରମ ନିଷ୍ପତ୍ତି କରିବେ ଆତ୍ମହତ୍ୟା | ଏହି ଖବର ପ୍ରକାଶୀତ ହେବପରେ ପ୍ରଦେଶ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ଦେଶ କ୍ରମେ କଂଗ୍ରେସର ଏକ ପ୍ରତିନିଧି ଦଳ ହିଂଜିଳିକାଟୁ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ପାର୍ଥି ତଥା ଆଇନଜୀବୀ ଶମ୍ଭୁ ପାଣିଗ୍ରାହୀଙ୍କ ନେତୃତ୍ବରେ ଅସାହୟ ପରିବାରକୁ ଭେଟିଛନ୍ତି । ଏମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ , ଏମାନେ ଅସାହୟ ଓ ବାସହିନ ହୋଇ ହୋଇ ଏକ ସରକାରୀ ଜାଗାରେ ପାଞ୍ଚଜନଙ୍କୁ ନେଇ ଚାଲୁଥିବାରୁ ରାଜ୍ୟ ସରକାରଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇବା ବା ସହ ସମସ୍ତ ଚିକିତ୍ସା ପ୍ରଶାସନ ବହନ କରୁ ନେଇ ଜିଲ୍ଲାପାଳ ଙ୍କ ସହ କଥା ହୋଇଥିବା ବେଳେ, ମାନବିକତା ଅଧିକାର କମିଶନ ଏବଂ ରାଜ୍ୟ ନଗର ଉନ୍ନୟନ ସଚିବ, ଓ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯିବ ବୋଲି ପାଣିଗ୍ରାହୀ କହିଛନ୍ତି । ଏହିଅବସରେ ୧୦ ହଜାର ଟଙ୍କା,ଦୈନିକ ସାମଗ୍ରୀ ପ୍ରଦାନ କରିଥିଲେ । ତିନିମାସ ଯନ୍ତ୍ରଣାରେ ରହିବା ପରେ ଅସାହାୟ ପରିବାରକୁ ଏହା ପ୍ରଥମ ସାହାଯ୍ୟ । ଆହତ ଯୁବକ ଙ୍କ ସହ ବିଧାୟକ କଥାହୋଇଥିବା ବେଳେ, ପ୍ରଶାସନ ଓ ଡାକ୍ତର ଘରକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବୁଝିଛନ୍ତି ।ଗତମଙ୍ଗଳବାର ଦିନ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଆହତ ଯୁବକଙ୍କ ସହ ଟେଲିଫୋନ ଯୋଗେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରିବୁଝିବା ସହ କୁ, କୁ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ, ସେ ସମ୍ପର୍କରେ ପଚାରିବା ସହ ଏନେଇ ଜିଲ୍ଲାପ୍ରଶାସନ ସହ ସିଡ଼ିଏମ୍ ଙ୍କ ସହ ଆଲୋଚନା କରି ଚିକିତ୍ସା ବେବ୍ୟସ୍ଥା କରାଯିବ ବୋଲି ଆଶ୍ୱାସନ ଦେଇଥିବା ଦେଖାଯାଇଛି । ଅନ୍ୟପଟେ ଆଜି ପ୍ରଶାସନ ତରଫରୁ ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ , ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ, ଗଞ୍ଜାମ ମେଡ଼ିକାଲ ଅଫିସର ଡାକ୍ତର ପ୍ରିୟଦର୍ଶନୀ ରାଉତରାୟ ଗୁରୁତର ଅସୁସ୍ଥ ଯୁବକ ଙ୍କ ଏକ ନମ୍ବର ୱାଡ଼ ର ଷ୍ଟେସନ ନିକଟ ଘରକୁ ଯାଇ ତାଙ୍କର ସ୍ୱାସ୍ଥ୍ୟଅବସ୍ଥା ପଚାରି ବୁଝିଥିଲେ । ଡାକ୍ତର ରାଉତଙ୍କ କହିବା ଅନୁସାରେ ଅସ୍ତ୍ରୋପଚାର ଠିକ ଅଛି, ବର୍ତ୍ତମାନ ତାର ଗୋଡ଼ ଅବସ୍ଥା ବି ଠିକ ଅଛି , ଅସ୍ଥିଶଲ୍ୟ ବିଶେଷଙ୍କ ପରାମର୍ଶ ନେବାକୁ ପଡିବ ବୋଲି କହିଛନ୍ତି । ତହସିଲଦାର ସାହୁ ଖବର ପାଇବା ମାତ୍ର ଆସି ପହଞ୍ଚିଲୁ । ତାର ସ୍ୱାସ୍ଥ୍ୟଅବସ୍ଥା ଠିକଥିବା ବେଳେ, ତାର ଗୋଡ଼ରୁ ରଡ଼ ବାହାର କରାଯିବ ସହ ସମସ୍ତ ଖର୍ଚ୍ଚ ପ୍ରଶାସନ ବୁଝିବ ବୋଲି କହିଥିଲେ । ତାର ଘର ନଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଯୋଗାଇ ଦିଆଯିବ ବୋଲି କହିଛନ୍ତି । ଗଞ୍ଜମ ଏନଏସି କାର୍ଯ୍ୟନିର୍ବାହୀ ଦାସ ତାଙ୍କର ନିଜସ୍ୱ ଜାଗା ନଥିବରୁ , ତହସିଲଦାରଙ୍କୁ ଜଣାଇଛୁ ସରକରୀ ଜାଗା ଯୋଗାଇଦେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇଦିଆଯିବ ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ନିରୀକ୍ଷକ ରବି କୁମାର ପାତ୍ର, ଗୋଷ୍ଟି ସହାୟିକା ଅନିତା ଅଂଶୁମାଳି ସାହୁ, ଟେକ୍ସ କଲେକ୍ଟର ଲଷ୍ମୀ ପାଢୀ ଆନନ୍ଦ ବାରିକ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଗୁରୁତର ଅସୁସ୍ଥ ସନ୍ତୋଷ ଜଣେ ଡ୍ରାଇଭର ଥିବା ବେଳେ ସେ ହିଁ ରୋଜଗାର କରି ଘର ଚାଲୁଉଥିଲେ । ବର୍ତ୍ତମାନ ସେ ରୋଜଗାର କରିପାରୁନଥିବାରୁ ତାର ଦୁଇଟି ଝିଅ ଓ ଗୋଟିଏ ପୁଅ ପାଠ ଛାଡିଦେଇଥିବା ବେଳେ ସ୍ତ୍ରୀ ମୂଲ ଲାଗି ପରିବାର ଚଳାଉଛନ୍ତି ।ବର୍ତମାନ ଏମାନଙ୍କର ଦୁଃଖ ଦୂର କରିବାକୁ ପ୍ରଶାସନ ହାତ ବଢ଼ାଇଛି ଅନ୍ୟାନ୍ୟ ସେବା କରିବାକୁ ପ୍ରତିଶୃତି ଦେଇଥିଲେ | ଓ ଏଥିସହ ପ୍ରତିନିଧି ଦଳ ରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ନେତା ଭାଗିରଥି ବେହେରା, ଜିଲ୍ଲା କଂଗ୍ରେସ ଉପସଭାପତି କୁନା ବିଶୋଇ,ଛତ୍ର କଂଗ୍ରେସ ନେତା ମହେଶ୍ବର ଗୌଡ଼,ଯୁବ ନେତା ଟୁନା ସତପଥୀ, ବରିଷ୍ଠ ନାଗରିକ ସଭାପତି ଲିଙ୍ଗରାଜ ପଟ୍ଟନାୟକ ପ୍ରମୂଖ ଙ୍କ ସମେତ ଦଶ ଜଣିଆ ପ୍ରତିନିଧି ଯୋଗ ଦେଇଥିଲେ।


