ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱରେ ପୁଣି ଧର୍ମେନ୍ଦ୍ର ପ୍ରଧାନ
(ଯୁଗାବ୍ଦ ନ୍ୟୁଜ) ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରଷ୍ଟ୍ରପତିଙ୍କ ଦ୍ୱାରା ସରିଯାଇଛି ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ । ସମଗ୍ର ଦେଶରୁ ୫୪ ଜଣ ମନ୍ତ୍ରୀଙ୍କୁ ମିଳିଛି ବିଭିନ୍ନ ବିଭାଗର ଦାୟିତ୍ୱ । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମନ୍ତ୍ରୀ ପଦର ଦୌଡାରେ ଶୀର୍ଷ ସ୍ଥାନରେ ପହାଞିଲେ ଓଡିଶାରୁ ଦୁଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ । ମୋଦିଙ୍କ ଦ୍ୱିତୀୟ ପାଳିର ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଥରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ୍ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଥିବାବେଳେ ଧର୍ମେନ୍ଦ୍ର ପ୍ରଧାନ ମୋଦୀ ମନ୍ତ୍ରିମଣ୍ଡଳର ପ୍ରଥମ ପାଳିରେ ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିଲେ। ଓଡ଼ିଶାରେ ଚଳିତ ନିର୍ବାଚନରେ ବିଜେପି ୮ ଟି ଆସନରେ ବିଜୟୀ ହେବା ପଛରେ ମଧ୍ୟ ଧର୍ମେନ୍ଦ୍ରଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ତେଣୁ ତାଙ୍କୁ ପୁଣିଥରେ କ୍ୟାବିନେଟ୍ ମନ୍ତ୍ରୀପଦ ମିଳିଛି।