ଗୁରୁଦିବସରେ ଛାଡି ଚାଲିଗଲେ ଗୁରୁ

ହାଟଡିହି, (ବିକାଶ ବିଶ୍ୱାଳ):ନଦା ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ତଥା ବିରିଡିହା ଗ୍ରାମ ନିବାସୀ ରତ୍ନାକର ସାହୁଙ୍କର ପବିତ୍ର ଗୁରୁଦିବସ ଦିନ ଦେହାନ୍ତ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା । ସେ ଜଣେ ଆଦର୍ଶ ଶିକ୍ଷକ, ଛାତ୍ରବତ୍ସଳ ଓ ସମୟାନୁବର୍ତ୍ତିତା ଶିକ୍ଷକ ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିବାବେଳେ ଅତୀବ ସରଳ ଓ ନିରାଡମ୍ବର ଜୀବନ ଯାପନ କରିବା ସଙ୍ଗେ ସଙ୍ଗେ ନିଜ ଜୀବଦଶାରେ ଅନେକ ଉତ୍ତମ ଛାତ୍ର ଗଠନ କରିଥିଲେ । ତାଙ୍କ ପରଲୋକ ଖବରପାଇ ବିଶିଷ୍ଟ ସାହିତି୍ୟକ ଡକ୍ଟର ରାମଚନ୍ଦ୍ର ନାୟକଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ପୁରାତନ ଛାତ୍ର ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବାପରେ ଗାଁ ସ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ସଞ୍ଜିବ ସାହୁ ମୁଖାଗ୍ନି ଦେଇଥିବାବେଳେ ପରିବାର ସଦସ୍ୟଙ୍କ ସମେତ ଅନେକ ଗ୍ରାମବାସୀ ଓ ଜ୍ଞାତିକୁଟୁମ୍ବ ମାନେ ସଂସ୍କାର ସମୟରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ