ଗୁରୁଦିବସରେ ପଦାର୍ଥ ବିଜ୍ଞାନୀ ଡଃ. ଜ୍ଞାନଦେବଙ୍କ ଉଦ୍ବୋଧନ

କେନ୍ଦ୍ରାପଡା,(ଯୁଗାବ୍ଦ ନୁ୍ୟଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତର ସିଦ୍ଧ ମରିଚାଣୀ ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ଅମୁଲ୍ୟ କୁମାର ନାୟକଙ୍କ ସଭାପତିତ୍ୱରେ ଗୁରୁଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁÂିତ ଉସôବରେ ଆନ୍ତର୍ଜାତୀୟ ପଦାର୍ଥ ବିଜ୍ଞାନୀ ଡଃ. ଜ୍ଞାନଦେବ ମହାରାଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍କୁଲ୍ ପରିସରରେ ଥିବା ଡକ୍ଟର ସର୍ବର୍ପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ପ୍ରତିମୂର୍ତର୍ିରେ ମାଲ୍ୟାର୍ପଣ କରିଥିଲେ । ଛାତ୍ରୀ ମାନଙ୍କ ଦ୍ୱାରା ଗୁରୁବନ୍ଦନା ଗାନ କରାଯିବା ପରେ ଭଜକୃଷ୍ଣ ରାଉତ ଅତିଥି ପରିଚୟ ପ୍ରଦାନ କରି ଗୁରୁଦିବସର ତାପôର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଡଃ. ମହାରଣା ସାଂପ୍ରତିକ ଶିକ୍ଷା ବ୍ୟବସ୍ଥାରେ ମୂଲ୍ୟବୋଧ ଉପରେ ଗୁରୁତ୍ୱ ପ୍ରଦାନ କରି ଛାତ୍ର ସମାଜ ଓ ଶିକ୍ଷକ ମାନଙ୍କ ମଧ୍ୟରେ ସଂପର୍କ ଏବଂ ସର୍ବେର୍ାପରି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାଯୁଗରେ ବୈଜ୍ଞାନିକ ଚିନ୍ତାଧାରା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅଜୟ ସାମଲ ଆଜି ଦିନରେ ମୈାଳିକ ଶିକ୍ଷାର ମୈାଳିକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ପୂର୍ବତନ ପ୍ରଧାନ ଶିକ୍ଷକ ବ୍ରଜକିଶୋର ବିଶ୍ୱାଳ, ଫକୀର ଚରଣ ଓଝା, ଉମାକାନ୍ତ ପତି ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ଉମାକାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ