ଗୁରୁଦିବସ ଅବସରରେ ଶିକ୍ଷକ ଗୌରବ ସମ୍ମାନ ପ୍ରଦାନ

ତିର୍ତ୍ତୋଲ (ଅଭିଷେକ ତ୍ରିପାଠୀ )ଆଜି ଗୁରୁଦିବସ ଅବସରରେ ଇଶ୍ୱର ଚନ୍ଦ୍ର କାୟସ୍ଥ ଚାନ୍ଦ ଦେବୀ ସ୍ମୃତି ସଂସଦ ତରଫରୁ ତିର୍ତ୍ତୋଲ ବ୍ଲକ ର କୃତି ଶିକ୍ଷକ ବ୍ଲକ ବିଜ୍ଞାନ କ୍ଳବର ସମ୍ପାଦକ ତଥା ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ର ସହକାରୀ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ କମଳ କୁମାର ପଣ୍ଡା ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ସହକାରୀ ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁନନ୍ଦା ସାହୁ ଙ୍କୁ ୨୦୨୦ଓ ୨୦୨୧ବର୍ଷ ପାଇଁ ଶିକ୍ଷକ ଗୌରବ ସଂମାନ ପ୍ରଦାନ କରାଯାଇଅଛି |ଏହି ଉତ୍ସବ ରେ ସଂସଦର ସମ୍ପାଦକ ଶ୍ରୀଯୁକ୍ତ ଅଭୟ କୁମାର ନାୟକ ସଭାପତି ମହେନ୍ଦ୍ର କୁମାର କାୟସ୍ଥ ଓ ବିଶିଷ୍ଟ ସାହିତ୍ୟିକ କୈଳାଶ ଚନ୍ଦ୍ର ପରିଡା, ତିର୍ତ୍ତୋଲ ବ୍ଲକ ର ପୂର୍ବତନ ମଣ୍ଡଳ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ମନମୋହନ କାନୂନଗୋ, ପୂର୍ବତନ ଶିକ୍ଷକ ସାରଦା ପ୍ରସନ ଜେନା, ନିମାଇଂ ଚରଣ ଚୌଧୁରୀ, ଶିକ୍ଷକ ନେତା ଅକ୍ଷୟ କୁମାର ଦାସ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଙ୍କ ସମେତ ପରିଚାଳନା କମିଟି ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ