ଗୁରୁପୂଜନ ଉତ୍ସବ ୧୦ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ସମ୍ବର୍ଦ୍ଧିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ପବିତ୍ର ଗୁରୁଦିବସ ଅବସରରେ ମଙ୍ଗଳବାର ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପରିସରରେ ହିଞ୍ଜିଳିକାଟୁ ବ୍ଳକ ଶିକ୍ଷକ ସଂଘ ପକ୍ଷରୁ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଶିକ୍ଷକ ସଂଘ ସଭାପତି ଉଲ୍ଲାସ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଣୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧର, ଏବିିଇଓ ବାଳକୃଷ୍ଣ ପାତ୍ର, ସୁଶିଳ ପାତ୍ର, ବିନାୟକ ସେଠି, ଶିକ୍ଷକ କଲ୍ୟାଣ ସମିତି ସଭାପତି ପୂର୍ଣ୍ଣଚନ୍ଦ୍ର ମହାରଣା, ଉପଦେଷ୍ଟା ଇପିଲି ଋଷିଆ, ଏସବିଆଇ ସିକିରି ଶାଖା ପରିଚାଳକ ସୁଶ୍ରୀ ବ୍ରତତୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ ଯୋଗଦେଇ ସମାଜରେ ଶିକ୍ଷକଙ୍କ ଅବଦାନ ସର୍ମ୍ପକରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ରାଜ୍ୟ ଓ ଜିଲ୍ଲାସ୍ତରରେ କୃତିତ୍ୱ ହାସଲ କରିଥିବା ଅବସରପ୍ରାପ୍ତ ୧୦ଜଣ ପ୍ରାଥମିକ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଉପସଭାନେତ୍ରୀ ଡି. ଗୌରୀ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ସ୍ନେହଲତା ପଟ୍ଟନାୟକ, ଗଙ୍ଗାଧର ପାଣିଗ୍ରାହି, ଜୟକୃଷ୍ଣ ଦାଶ, ରବିନ୍ଦ୍ର ପୋଲୋଇ. ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଶିକ୍ଷକ ରବିନ୍ଦ୍ର ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁରୂପ ଭାବେ ହିଞ୍ଜିଳିକାଟୁ ପୌରାଞ୍ଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ, ଏନ.ଏ.ସି. ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ, ଆଙ୍କୋରଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଓଁ ଶ୍ରୀ ଇଣ୍ଟର ନ୍ୟାସନାଲ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ବୃନ୍ଦାବନ ନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସ୍ଥାନୀୟ ବ୍ଳକ ଶଶସନଆମ୍ବଗାଁ ଓଡିଶା ଆଦର୍ଶ ବିଦ୍ୟାଳୟ, ସିକିରି ଉଦୟନାଥ ଉଚ୍ଚ ବିଦ୍ୟାଳୟ, ଦୁର୍ବନ୍ଧ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଗଣ୍ଡଳା ଗଣେଷ ବିଦ୍ୟାପିଠ, ବୁରୁପୋଡା ଭଗବତୀ ବିଦ୍ୟାପିଠ, ପୋଡିଙ୍ଗି ଶ୍ୟାମଳାଇ ଉଚ୍ଚ ବିଦ୍ୟାଳୟ ସମେତ ନିକଟବର୍ତ୍ତୀ ଅଞ୍ଚଳର ବହୁ ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟରେ ମହା ଆଡମ୍ବର ସହକାରେ ଗୁରୁଦିବସ ପାଳିତ ହୋଇଯାଇଛି । ପ୍ରକାଶ ଥାଉକି, ଓଷ୍ଟାର ଆହ୍ୱାନ କ୍ରମେ ସ୍ଥାନୀୟ ବ୍ଳକର ବହୁ ବ୍ଳକଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଗୁରୁଦିବସ ପାଳନ କରାଯାଇନାହିଁ । ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ୧୨ ଦଫା ଦାବିରେ ଭୁବନେଶ୍ୱର ଲୋଏର ପିଏମଜି ଠାରେ ଆନ୍ଦୋଳନରେ ସାମିଲ ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ