ଗୁରୁବାର ଠାରୁ ଆନ୍ଦୋଳନ କୁ ଓଲ୍ହାଇବ ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘ

ଛତ୍ରପୁର, (ଦେବଦତ୍ତ ମହାରଣା):ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘ (କାଳିଆବାଲି ଛକ ) କୁ ଆଇଆରଇଏଲ ଭଳି ନିକଟତର ଅନ୍ୟ କମ୍ପାନୀ ରେ ମାଲ ପରିବହନ କ୍ଷେତ୍ରରେ ଅଣଦେଖା କରାଯାଉଥିବା ନେଇ ବହୁବାର ସଂଘର କର୍ମକର୍ତ୍ତା ମାନେ ଜିଲ୍ଲାପ୍ରଶାସନ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ସେମାନଙ୍କ ଦାବୀ ସମ୍ପର୍କରେ କୋଣସି କାର୍ଯ୍ୟକାରୀ ହୋଇନାହିଁ । ଯାହା ଫଳରେ ସେମାନେ ଫେବୃଆରୀ ୨୩ ତାରିଖ ତଥା ଗୁରୁବାର ଦିନ ଠାରୁ ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘ ପରିବହନ ହେଉଥିବା ସମସ୍ତ ପ୍ରକାର ଗାଡି କୁ ଲୋଡିଂ ପ୍ରକ୍ରିୟା ବନ୍ଦ କରିବା ନିମନ୍ତେ ସଂଘ ପକ୍ଷରୁ ନିଷ୍ପତି ନିଆଯାଇଥିବା ସଂଘ ର ସଭାପତି ଶିବାନୀ ଶଙ୍କର ଦଳାଇ ଏକ ପ୍ରେସ ବିବୃତି ଯୋଗେ ସୂଚନା ଦେଇଛନ୍ତି l ପ୍ରକାଶ ଥାଉ କି ଯେ ଗଞ୍ଜାମ ଟ୍ରକ ଆସୋସିଏସନ, ଟ୍ରାନ୍ସପୋଟର ମାନେ ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘଙ୍କୁ ଅଣଦେଖା କରୁଥିବା ବେଳେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି ବୋଲି କହିଥିଲେ । ମାଲ ପରିବହନରେ ଅନ୍ୟ ଗାଡି ମାନଙ୍କୁ ଅଧିକ ମାଲ ପରିବହନ ନିମନ୍ତେ ଦିଆଯିବା ସହ ସେମାନଙ୍କୁ ଅଧିକ ଦର ମଧ୍ୟ ମିଳୁଥିବା ବେଳେ ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘକୁ ସବର୍ଦା ଅଣଦେଖା କରାଯାଉଛି । ପରିବହନ ନିମନ୍ତେ ନିର୍ଦ୍ଧାରଣ କରାଯାଇଥିବା ଦର ଅନୁସାରେ ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘକୁ କମ ଦର ଦିଆଯାଉଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ଯାହା ଦ୍ୱାରା ସେମାନଙ୍କ ଗାଡି ଫାଇନାନ୍ସ ବାନ୍ଧିବାରେ ସେମାନଙ୍କୁ ଅସୁବିଧା ହେଉଥିବା କହିଛନ୍ତି । ଏଣୁ ସେମାନଙ୍କୁ ଛତ୍ରପୁର ଅଂଚଳକୁ ସବୁ ସମୟରେ ମାଲ ପରିବହନ ନିମନ୍ତେ ଦିଆଯାଉ, ସେମାନଙ୍କୁ ମାଲ ପରିବହନର ୫୦ ଭାଗ ଦିଆଯିବା ଭଳି ବିଭିନ୍ନ ଦାବି ନେଇ ସେମାନେ ପୂର୍ବରୁ ଜିଲ୍ଲା ପ୍ରଶାସନ କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବାରୁ ବାଧ୍ୟ ହୋଇ ସେମାନେ ଆନ୍ଦୋଳନ କୁ ଓଲ୍ଲାଇବା ନିମନ୍ତେ ନିଷ୍ପତି ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ