ଗୁରୁଶିଷ୍ୟ ସମ୍ପର୍କରେ କଳଙ୍କ : ଅଶାଳୀନ ବ୍ୟବହାରକୁ ନେଇ ଉତ୍ତେଜନା   

ହାଟଡିହି, (ବିକାଶ ବିଶ୍ୱାଳ) :-ଗୁରୁଶିଷ୍ୟ ପରମ୍ପରାରେ କଳଙ୍କ ଲାଗିଛି । ଜଣେ ଶିକ୍ଷକ ବିଭିନ୍ନ ସମୟରେ ଛାତ୍ରୀ ମାନଙ୍କୁ ଅଶାଳୀନ ବ୍ୟବହାର ଦେଖାଉଥିବା ଯୋଗୁଁ ବିଦ୍ୟାଳୟରେ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା ।  ଏପରି ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟର  ଜଣେ ସହକାରୀ ଶିକ୍ଷକ ଛାତ୍ରୀ ମାନଙ୍କୁ କୋଳରେ ବସାଇବା, (କିସ) ଚୁମା ଦେବାକୁ ବାଧ୍ୟ କରିବା, ଆଇ ଲଭ ୟୁ ବୋଲି କୁହ ବୋଲି ବାଧ୍ୟ କରୁଥିବା ନେଇ ଛାତ୍ରୀମାନେ ଅଭିଯୋଗ କରିଛନ୍ତି  । ଏପରି ଘଟଣା ବାରମ୍ବାର ହେବାପରେ ଛାତ୍ରୀମାନେ ଆଜି ଅଭିଭାବକ ମାନଙ୍କୁ ଜଣାଇବା ପରେ ଏହାକୁ ନେଇ ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଜି ମଧ୍ୟାହ୍ନରେ ଚୋର ଗଡିଆ ଗାଁର ୩୦ରୁ ଉର୍ଦ୍ଧ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟ ନିକଟକୁ ଆସି ପ୍ରଧାନ ଶିକ୍ଷକଙ୍କୁ ଜଣାଇବା ସହିତ ଏହାର ଦୃଢ଼ ପ୍ରତିବାଦ କରିଥିଲେ । ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ । ଏ ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରେ ସେ ପ୍ରଥମଥର ପାଇଁ ଏପରି ଅଭିଯୋଗ ଶୁଣୁଛନ୍ତି ବୋଲି କହିଛନ୍ତି । ଏହାକୁନେଇ ଦୀର୍ଘ ସମୟଧରି ବିଦ୍ୟାଳୟରେ ଉତ୍ତେଜନା ଲାଗି ରହିଥିଲା ।  ଏ ସମ୍ପର୍କରେ ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳଙ୍କୁ ପଚାରିବାରେ ସେ ଏହାକୁ ଅସ୍ୱୀକାର କରିବା ସହିତ ଗୁରୁଶିଷ୍ୟ ପରମ୍ପରା ବାବଦରେ ଏକ ବିଷୟ ପଢ଼ାଉଥିବାବେଳେ ଗୁରୁ କେଳୁ ଚରଣ ଓ ଶିଷ୍ୟା ସଂଯୁକ୍ତାଙ୍କ ସମ୍ପର୍କରେ ବୁଝାଉଥିଲି । ତାହାକୁ ସେମାନେ ଦ୍ୱିଅର୍ଥ ବୋଧରେ ପ୍ରାୟ ବୁଝିଛନ୍ତି ସେଥିଲାଗି ଅଭିଯୋଗ କରୁଛନ୍ତି ବୋଲି କହିଛନ୍ତି । ଏ ସମ୍ପର୍କରେ ଏବିଇଓ ଧନେଶ୍ୱର ଖଣ୍ଡେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଛାତ୍ରୀ କିମ୍ବା ଅଭିଭାବକଙ୍କ ଠାରୁ କୌଣସି ଲିଖିତ ଅଭିଯୋଗ ପାଇନାହୁଁ । ଅଭିଯୋଗ ପାଇଲେ ଆଇନ ଅନୁସାରେତ ଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ