ଗୁରୁ ଦକ୍ଷିଣା ଉତ୍ସବର ତୃତୀୟ ସନ୍ଧ୍ୟା
ଭୁବନେଶ୍ୱର, : ଦୃଢ ଇଚ୍ଛାଶକ୍ତି ଥିଲେ ପଙ୍ଗୁ ମଧ୍ୟ ପର୍ବତ ଲଙ୍ଘିପାରେ । ଏହି ଉକ୍ତିଟିର ଯଥାର୍ଥ ପ୍ରତିପାଦନ କରିଛନ୍ତି ଭୁବନେଶ୍ୱର ଦିବ୍ୟାଙ୍ଗ ନୃତ୍ୟଶିଳ୍ପୀମାନେ ନିଜ କାର୍ଯ୍ୟକ୍ରମ ପରିବେଷଣ କରି । ଗୁରୁ ଦକ୍ଷିଣା ଉତ୍ସବର ତୃତୀୟ ସନ୍ଧ୍ୟାରେ ଭଞ୍ଜକଳା ମଣ୍ଡପଠାରେ କଥକ ନୃତ୍ୟ ପରିବେଷଣ କରିଥିଲେ ସୁପ୍ରଭା ମୁଖାର୍ଜୀ । ପରେ ପରେ ଆସାମର ମୃତ୍ୟୁଞ୍ଜୟ ସମାଜ ଶାସ୍ତ୍ରୀୟ ନୃତ୍ୟ ଆଧାରିତ କୃଷ୍ଣ କଥା ଏବଂ ବିହୁ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କ ମନ ମୋହି ନେଇଥିଲେ । ଆଜିର ମୁଖ୍ୟ ଆକର୍ଷଣ ସାଜିଥିଲେ ଗୁଜୁରାଟ ବୋରଦାରୁ ଆସିଥିବା ଭିନ୍ନକ୍ଷମ ଶିଳ୍ପୀ କମଳେଶ ପଟେଲ । ତାଙ୍କର ନିଆରା ପ୍ରଦର୍ଶନ ଦର୍ଶକମାନଙ୍କୁ ଚମକ୍ରୃତ କରିଦେଇଥିଲା । ଭୁବନେଶ୍ୱର ଚିନ୍ମୟୀ କ୍ଲାସିକସ୍ର କଳାକାରମାନେ ଚିତ୍ତାକର୍ଷକ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ହବିବ୍ ତନୱାରଙ୍କ ମୂଳଲେଖା ଓ ଭାସ୍ୱତୀ ବସୁଙ୍କ ଦ୍ୱାରା ଅନୁବାଦିତ ତଥା ସ୍ୱରୂପ ରଞ୍ଜନ ଦାସଙ୍କ ନିର୍ଦ୍ଦେଶିତ ଓଡ଼ିଆ ନାଟକ ଚରଣ ରାମଦାସ େ·ର ଏବଂ ସାଥୀ ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟ ଅତି ନିଖୁଣ ଭାବରେ ପରିବେଷଣ କରିଥିଲେ ।ଆଜିର ତୃତୀୟ ସନ୍ଧ୍ୟା ସମାରୋହରେ ବରେଣ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଡ. ରଘୁନାଥ ମହାପାତ୍ର, ଅବସରପ୍ରାପ୍ତ ଶାସନ ସଚିବ ଅଶୋକ ତ୍ରିପାଠୀ, ଓଡ଼ିଶୀ ନୃତ୍ୟ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସଙ୍ଗୀତା ଗୋସାଇଁ, ରାଜ୍ୟ ସରକାରଙ୍କ ଏସ୍ଏସ୍ଇପିଡ଼ି ବିଭାଗର ନିର୍ଦ୍ଦେଶକ ବ୍ରତତୀ ହରିଚନ୍ଦନ, ଇମ୍ଫାର ପୂର୍ବତନ ନିର୍ଦ୍ଦେଶକ ବିଦ୍ୟାଧର ସାହୁ, ଗୁରୁ ବିମ୍ବାଧର ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ଗୁରୁ ନିତ୍ୟାନନ୍ଦ ମଞ୍ଚାସୀନ ଥିଲେ । କଳାଶ୍ରମର ଉପଦେଷ୍ଟା ମନୋଜ ଦାସ କାର୍ଯ୍ୟକ୍ରମକୁ ପରି·ଳନା କରିଥିବା ବେଳେ ବିଶ୍ୱଜିତ୍ ବଳିୟାରସିଂ ସଂଯୋଜନା କରିଥିଲେ ।