ଗୁରୁ ଦିବସକୁ କଳାଦିବସ ପାଳିବ ବେସରକାରୀ ଅଧ୍ୟାପକ ମାନଙ୍କ ଓ କର୍ମଚାରୀ ସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ ତରଫରୁ ଏକ ଜରୁରୀ କାଳୀନ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଥିଲା । ସଂଘର ରାଜ୍ୟ ସଭାପତି ବିଶ୍ବରଂଜନ ଦାସଙ୍କ ଅଧ୍ୟଖ୍ୟତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସମଗ୍ର 30 ଗୋଟି ଜିଲ୍ଲାରୁ ଜିଲ୍ଲା ନେତୃବୃନ୍ଦ ଯୋଗଦେଇଥିଲେ। ସଂଘର ଏକ ମାତ୍ର ଦାବି, ୧.୬.୨୦୦୮ ରୁ ୧.୬.୨୦୧୮ ମଧ୍ୟରେ ରାଜ୍ୟର ବିଭିନ୍ନ ଅନୁଦାନ ଓ ଅଣ ଅନୁଦାନ ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ସରକାର ଅନୁଦାନ ପରିସରଭୁକ୍ତ କରନ୍ତୁ। ଏହି ଦାବି ପୂରଣ ପାଇଁ ସଂଘ ତରଫରୁ ଦୀର୍ଘ ୪୯୭ ଦିନ ଧରି ବିଧାନସଭା ସମ୍ମୁଖରେ ଲୋୟର ପିଏମଜି ଠାରେ ଧାରଣା, ବିକ୍ଷୋଭ, ରାଲି, ଅନଶନ ଇତ୍ୟାଦି କରି ସରକାରଙ୍କ ଦୃଷ୍ଟିକୁ ବାରମ୍ବାର ଆଣିବା ସତ୍ତ୍ୱେ ବି ଆଜି ଯାଏ କୌଣସି ସୁଫଳ ମିଳିନାହିଁ ବୋଲି ସଂଘ ତରଫରୁ କୁହାଯାଇଛି। ଏପରିକି ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ୭ ଭେଟି ସମସ୍ୟା ଜଣାଇଥିଲେବି କୌଣସି ପଦକ୍ଷେପ ସରକାର ନେଇନାହନ୍ତି। ଏଣୁ ସଙ୍ଘର ସର୍ବସମ୍ମତି କ୍ରମେ ପୁନର୍ବାର ସରକାରଙ୍କୁ ଦାବି ଜଣାଇବା ସହ ଯଦି ସରକାର ପୂର୍ବ ଭଳି କିଛି ନ ଶୁଣନ୍ତି ଓ ଅଣଦେଖା କରନ୍ତି ତେବେ ଆଗାମୀ ସେପ୍ଟେମ୍ବର ୫ ତାରିଖ ଗୁରୁଦିବସକୁ କଳାଦିବସ ରୂପେ ପାଳନ କରିବା ସହ ସେହିଦିନଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘର ରାଜ୍ୟ ସଭାପତି ବିଶ୍ବରଂଜନ ଦାସ ପ୍ରକାଶ କରିଛନ୍ତି ଓ ଏଥିପାଇଁ ଯାହା ସମସ୍ୟା ହେବ ସରକାର ଦାୟୀ ରହିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ