ଗୁରୁ ନାନକଙ୍କ ଜନ୍ମ ଜୟନ୍ତୀ ପାଳିଲେ ବନ୍ଦାରୁ ଦତ୍ତାତ୍ରୟ

ସିମଲା, (ଯୁଗାବ୍ଦ ନ୍ୟୁଜ ) : ଗୁରୁ ନାନକଙ୍କ ୫୫୦ ତମ ଜନ୍ମ ଜୟନ୍ତୀ ଅବସରରେ ସାହିବ ବସଷ୍ଟାଣ୍ଡସ୍ଥିତ ଗୁରୁଦ୍ୱାର ପରିସରରେ ଶ୍ରୀ ସିଂ ସଭା ଦ୍ୱାରା ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ହିମାଚଳ ପ୍ରଦେଶ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂ , ଶିକ୍ଷା ମନ୍ତ୍ରୀ ସୁରେଶ ଭରଦ୍ୱାଜ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ସିଂ ସଭା ପ୍ରବନ୍ଧକ କମିଟି ପକ୍ଷରୁ ରାଜ୍ୟପାଳଙ୍କୁ ସିରୋପା ପ୍ରଦାନ କରାଯାଇଥିଲା । ରାଜ୍ୟପାଳ ଗୁରୁ ନାନକ ଏପରି ଜଣେ ସନ୍ଥ ଥିଲେ ଯିଏକି ମାନବ ସମାଜକୁ ଭାଇଚାରା , ପ୍ରେମ ,ସତ୍ୟ , ଆଦି ଶିକ୍ଷା ଦେଇଥବା କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ