ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ପାଇଁ ନିଷ୍ପତ୍ତି
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଶନିବାର ଦିନ ଗୁରୁ ଭଗବାନ ସାହୁ ସ୍ମୃତି କମିଟି ର ଏକ ସାଧାରଣ ସଭା ସ୍ଥାନୀୟ ଏ.ଇ. ମିଶନ ଇଂଲିଶ ମିଡିଅମ ସ୍କୁଲ ସମ୍ମିଳନୀ କକ୍ଷରେ ଡ଼.ତପସ୍ବିନୀ ଗୁରୁ ଙ୍କ ସଭାପତିତ୍ବରେ ଓ ବରିଷ୍ଠ କଣ୍ଠଶିଳ୍ପୀ ଦଧିବାବନ ଶତପଥୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଗୁରୁ ଭଗବାନ ସାହୁଙ୍କ ୨୪ ତମ ଶ୍ରାଦ୍ଧ ବାର୍ଷିକୀ ର ଆୟବ୍ୟୟ ବିବରଣୀ ଉପସ୍ଥାପନ କରି ସମସ୍ତ ଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ ! ଲୁଲୁ ରବିନ ଦାସ ଙ୍କ ଆବାହକତ୍ବରେ ସଂପାଦକ ସନ୍ତୋଷ କୁମାର ପଣ୍ଡା,ଡ. ରବିନାରାୟଣ ସାହୁ, ସନ୍ତୋଷ କୁମାର ଦାଶ,ଅଚ୍ୟୁତାନନ୍ଦ ବାରିକ, ବିମଳ କୃଷ୍ଣ ମିଶ୍ର, ଡ. ଯଶବୀର ସିଂ ସୈନୀ,ନୂରାବତୀ ସାହୁ, ସନ୍ତୋଷିନୀ ଦାଶ, ସଂଗୀତା ଦୀପ, ପ୍ରଦୀପ କୁମାର ମିଶ୍ର,ଉଦ୍ଧବ ବେହେରା, ଶିବାନନ୍ଦ ମଟାରୀ, ପଞ୍ଚାନନ ବାରିକ,ସାରଥୀ ମେହେର, ଜଟାଧାରୀ ପ୍ରଧାନ, ପ୍ରମୁଖ ଯୋଗଦାନ କରି ସୁ ଚିନ୍ତିତ ମତାମତ ପ୍ରଦାନ କରିଥିଲେ ! ଆସନ୍ତା ଦିନରେ ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ନିମନ୍ତେ ଅନେକ ପଦକ୍ଷେପ ନିଆଯିବ ବୋଲିି ନିଷ୍ପତି ନିଆଯାଇଥିଲା !ସଭା ପ୍ରାରମ୍ଭରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ଏବଂ ବିଶିଷ୍ଟ ଶିକ୍ଷାବିତ, ସାହିତ୍ୟିକ ପ୍ରାକ୍ତନ ଅଧ୍ୟକ୍ଷ ଡ. ସୁଦର୍ଶନ ପୂଜାରୀ ଙ୍କ ବିୟୋଗରେ ନିରବ ପ୍ରାର୍ଥନା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା !


