ଗୁରୁ ଲାକୋ ବଦ୍ରାଙ୍କ ୧୦୦ ତମ ଜୟନ୍ତୀ ପାଳିତ
ରାଇରଙ୍ଗପୁର, (ଯୁଗାବ୍ଦ ନ୍ୟୁଜ୍): ଆଦିବାସୀ ହୋ ଭାଷାଭାଷୀ ଲୋକେ ଓଡିଶା ,ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆସାମ,ବିହାର ଛତିଶଗଡରେ ବାସ କରନ୍ତି ।ସେମାନଙ୍କର ଭାଷାର ଲିପି ‘ୱାରାଂଚିତି” ।ସେମାନଙ୍କର ନିଜସ୍ବ ସଂସ୍କୃତି,ଓ ପରଂପରା ରହିଛି ।ଏହି ଭାଷାର ଲିପି ସ୍ରଷ୍ଟା ଗୁରୁ କୋଲ୍ ଲାକୋ ବଦ୍ରା ୧୯ ସେପ୍ଟେମ୍ବର ୧୯୧୯ରେ ଆଧୁନିକ ଝାଡଖଣ୍ଡ ରାଜ୍ୟର ପଶ୍ଚିମସିଂଭୂମ ଜିଲ୍ଲାର ଖୁଣ୍ଟପାନି ବ୍ଲକର ପାସେୟା ଗ୍ରାମରେ ଜନ୍ମ ହୋଇଥିଲେ ।ହୋ ଭାଷାଭାଷୀ ଲୋକଙ୍କର ଦୁଖ ଦେଖି ସେମାନଙ୍କ ସଂସ୍କୃତି ଓ ପରଂପରାକୁ ଭାଷା ଦ୍ବାରା ବାନ୍ଧି ଏକତା ସୂତ୍ରରେ ରଖିବା ପାଇଁ ଆପ୍ରାଣ ଚେଷ୍ଟା କରି ଲିପି ସୃଷ୍ଟି କରିଥିଲେ । ହେଲେ ସ୍ବାଧୀନତା ଆଜିଯାଏଁ ଏହି ଲିପିକୁ ସମ୍ବିଧାନର ଅଷ୍ଟମ ପରିଛେଦରେ ସ୍ଥାପିତ କରାଯାଇ ପାରିଲା ନାହିଁ ।ଯାହାଫଳରେ ହୋ ସମାଜ ଲୋକଙ୍କର ଅସନ୍ତୋଷ ଦିନକୁ ଦିନ ବଢିଚାଲିଛି ।ଏବଂ ଆଗକୁ ଆନ୍ଦୋଳନ ଜୋର ଧରିବ ବୋଲି ହୋ ଭାଷାପ୍ରେମୀ ଜଣାଇଛନ୍ତି । ଏହି ଦିବଂଗତ ମହାନ ସାରସ୍ବତ ସାଧକ ଲାକୋ ବଦ୍ରାଙ୍କ ଜନ୍ମୋତ୍ସବ ଭାରତର କୋଣରେ ଅନୁକୋଣେ ବସବାସ କରୁଥିବା ହୋ ସମାଜର ଲୋକେ ତାଙ୍କ ଫଟୋ ଓ ମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।ରାଇରଙ୍ଗପୁରସ୍ଥ ଆଦିବାସୀ ହୋ ସଂସ୍କୃତି ଭବନ ‘ସୀଦହରା ସୁସାର ଆକଳା’ ପରିସରରେ ହୋ ସମାଜ ତରଫରୁ ଗୁରୁ ଲାକୋ ବଦ୍ରାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି ।ଏଥିରେ ପଦ୍ମ ଲୋଚନ ବାନରା, ଇନ୍ଦ୍ର ପୂର୍ତ୍ତି, ବିଷ୍ଣୁ ଚରଣ ହାଁସଦା, କାଳି ଚରଣ ବନାଯା,, ଚୌଧୂରୀ ହେମ୍ଭ୍ରମ, ଜୟପାଲ ମୁଦୟା ପ୍ରମୁଖ ବହୁ ବିଦ୍ବାନ,ଗୁଣୀ,କବି,ଲେଖକ ପ୍ରମୁଖ ଯୋଗ ଦେଇ ଗୁରୁ ଲାକୋ ବକ୍ତାଙ୍କ ଜୀବନଚର୍ୟ୍ୟା କରିଥିଲେ ।ଏଥିରେ ବହୁ ଭାଷାପ୍ରେମୀ,ହୋ ଯୁବ ସମାଜ,ଛାତ୍ର,ଲେଖକ,କବି ଯୋଗ ଦେଇଥିଲେ ।


