ଗୁରୁ ସମ୍ବର୍ଦ୍ଧନା ଉତ୍ସବ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଭଣ୍ଡାରିପୋଖରୀ ସରସଦା ସ୍କୁଲ ଠାରେ ୧୯୮୩ କନିଷ୍ଠ ମ୍ୟାଟ୍ରିକ ଵ୍ୟାଚ ବିଦ୍ୟାର୍ଥୀ ମାନଙ୍କ ବନ୍ଧୁ ମିଳନ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପ୍ରାକ୍ତନ ଛାତ୍ର ସୁଧାଂଶୁ ଶେଖର ନାୟକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଦ୍ୟାଧର ସାହୁ, ଶ୍ରୀବତ୍ସ କରଶର୍ମା, ଆନନ୍ଦ ଚନ୍ଦ୍ର ଶାସିନୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ଆର୍ଶିବଚନ ପ୍ରଦାନ କରିଥିଲେ । ଏହା ଛଡ଼ା ବିଦ୍ୟାର୍ଥୀ ମାନେ ମଧ୍ୟ ବିଦ୍ୟାଳୟ ଜୀବନର ସ୍ମୃତି କୁ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ଉପସ୍ଥିତ ଛାତ୍ର ଛାତ୍ରୀ ମାନେ ନିମନ୍ତ୍ରିତ ଗୁରୁ ଙ୍କୁ ପାଟବସ୍ତ୍ର ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ବୃକ୍ଷ ରୋପଣ ସହିତ ସ୍ଥାନୀୟ ବନ୍ଧୁ ଏନଜିଓ ସଂପାଦକ ରମେଶ ନାୟକଙ୍କ ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଛାତ୍ର ମଦନନାୟକ ସ୍ଵାଗତ ଭାଷଣ, ସରୋଜ ସ୍ବାଇଁ ଅତିଥି ପରିଚୟ ଓ ପ୍ରତାପ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଜୟ କୁମାର ସେଠୀ, ହୃଷିକେଶ ପତି,ମାନସୀ କର, ଦମୟନ୍ତୀ ପାତ୍ର, ବିଜୟା ଲକ୍ଷ୍ମୀ ନାୟକ, ସରସ୍ଵତୀ ଷେଣ୍ଢ, ଜୟନ୍ତୀ ପାତ୍ର, ଦୟାନିଧି ବେହେରା, ଗଙ୍ଗାଧର ସେନାପତି, ସବିତା ତ୍ରିପାଠୀ, ଅନୁପମା ନନ୍ଦ ପ୍ରମୁଖ ୪୦ରୁ ଅଧିକ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ବିଶ୍ଵଜିତ ନାୟକ, ରାଜକିଶୋର ରାଉତ, ସ୍ଵପ୍ନାରାଣୀ ନାୟକ, ମାମିନା ଦାସ, ଅକ୍ଷୟ ଜେନା, ବିକାଶ ସ୍ଵାଇଁ ଜୟଦେବ ଶାସିନ, ପ୍ରିୟବ୍ରତ ନାୟକ, ମନୋସ୍ମିତା ଦାସ ପ୍ରମୁଖ ପରିଚାଳନା କରିଥିଲେ ।