ଗୁରୁ ସମ୍ବର୍ଦ୍ଧନା ଉତ୍ସବ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଆଜି ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧିନ ମଞ୍ଜୁରୀ ସ୍ଥିତ ଶାରଦା ବିଦ୍ୟାମନ୍ଦିର-୨ ଠାରେ ପ୍ରଧାନଆଚାର୍ଯ୍ୟ ନିର୍ମଳ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କପିଳେଶ୍ୱର ଦଳେଇ, ସମ୍ମାନୀତ ଅତିଥି ଭାବେ ଶିକ୍ଷକ ଫକୀର ଚରଣ ଧଳ, ସମାଜସେବୀ କୃପାସିନ୍ଧୁ ନାୟକ ପ୍ରମୁଖ ଯୋଗଦେଇ ଗୁରୁ ଦିବସ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ। ମୁଖ୍ୟ ଅତିଥି ଶିକ୍ଷକ ଶ୍ରୀ ଦଳେଇଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା। ଗୁରୁମା ଜ୍ୟୋତିରାଣୀ ରାଉତ ମାନପତ୍ର ପାଠ କରିଥିବା ବେଳେ ସନ୍ତୋଷ ଦାସ ଅତିଥି ପରିଚୟ ଓ ସବିତା ରାଉତ ଧନ୍ୟବାଦ ଦେଇଥିଲେ। ସେହିଭଳି ରାଜେନ୍ଦ୍ରପୁର ଶିଶୁ ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟ ତପନ କୁମାର ସାହୁଙ୍କ ସଂଯୋଜନାରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ମାନେ ପୁଷ୍ପ, ଚନ୍ଦନ ଦେଇ ଉପସ୍ଥିତ ଗୁରୁଙ୍କ ସହିତ ମାତା ପିତାଙ୍କୁ ପୂଜାର୍ଚ୍ଚନା କରିଥିଲେ। ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶାରଦା ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଶିକ୍ଷାବିତ ପର୍ଶୁରାମ ପଣ୍ଡା ଓ କିଶୋର ଚନ୍ଦ୍ର ଦାସଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା କରିଥିଲେ। ଅନୁରୂପ ଭାବେ ବ୍ଲକ ଅଞ୍ଚର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଭାବ ଏବଂ ଉଦ୍ଦୀପନାର ସହିତ ଗୁରୁ ଦିବସ ପାଳନ କରାଯାଇଛି।