ଗୁଲାବ ବାତ୍ୟାରେ ଲଗାତର ବର୍ଷାରୁ ସୁରକ୍ଷା ପାଇଁ ଅସହାୟଙ୍କୁ ପାଲ ବଣ୍ଟନ କଲେ ବଦାନ୍ୟ ବ୍ୟକ୍ତି

ପାରହଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକ ସିଦ୍ଧାମଡଙ୍ଗ ପଞ୍ଚାୟତ ଅନ୍ତର୍ଗତ ନୀଳକଣ୍ଠପୁରରେ ଗୁଲାବ ବାତ୍ୟାରେ ଲଗାତର ବର୍ଷାରୁ ସୁରକ୍ଷା ପାଇଁ ଅସହାୟ ପରିବାରଙ୍କୁ ପାଲ ବଣ୍ଟନ କରାଯାଇଥିବାର ଜଣାପଡିଛି । ଆଜକୁ ୩ଦିନ ହେଲା ଗୁଲାବର ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଥିଲା । ଫଳରେ ଏମାନେ ରହୁଥିବା ଝାଟିମାଟି ଘର ନଷ୍ଟ ହୋଇଯାଇଥିଲା । ଏହାକୁ ଦେଖି କିଛି ବଦାନ୍ୟ ବ୍ୟକ୍ତି ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେମାନଙ୍କୁ ପାଲ ଦେଇ ନଷ୍ଟ ହୋଇଥିବା ଘର ଉପରେ ଢାଙ୍କିଥିଲେ । ହେଲେ ଉକ୍ତ ବିଷୟ ସ୍ଥାନୀୟ ପ୍ରଶାସନ ଜାଣିଥିଲେ ମଧ୍ୟ ଏମାନଙ୍କ ଠାରେ କୌଣସି ଆବଶ୍ୟକୀୟ କାଜପତ୍ର ନଥିବାରୁ କୌଣସି ସରକାରୀ ସହାୟତା ଦିଆଯାଇପାରିବ ନାହିଁ ବୋଲି କହି ଚାଲିଯାଇଥିଲେ ବୋଲି ଜଣାଇଛନ୍ତି । ଏନେଇ ଗ୍ରାମବାସୀ କହିଛନ୍ତି ଯେ, ଉକ୍ତ ପରିବାର ଗୁଡିକ ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ଏମାନଙ୍କୁ ସରକାରୀ ସହାୟତା ଯୋଗାଇବା ପାଇଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ