ଗୁଲାବ ବାତ୍ୟାର ବିପଦ ଟଳିଲା ତଥାପି ଗଜପତିରେ ଲଗାଣ ବର୍ଷା :୮ହଜାର ଲୋକ ସ୍ଥାନାନ୍ତରିତ,ବଂଶଧାରା ନଦୀରେ ଜଳସ୍ରୋତ ବିପଦ ସଂକେତ ନିକଟତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ପ୍ରତି ସଂଗଠିତ ଗୁଲାବ ବାତ୍ୟାର ବିପଦ ଟଳିଯାଇଛି । ହେଲେ ଗତ ୨ଦିନ ଧରି ବର୍ଷା ଲାଗି ରହିଥିବାରୁ ଜିଲ୍ଲାର ବଂଶଧାରା ନଦୀ, ମହେନ୍ଦ୍ରତନୟା ନଦୀ ସମେତ ଜିଲ୍ଲାର ଅନ୍ୟ କେତେକ ଛୋଟ ବଡ ନଦୀ ନାଳରେ ଜଳସ୍ରୋତ ବିଶେଷ ଭାବେ ବଢିଯାଇଛି । ଗଜପତି ଜିଲ୍ଲାର କାଶୀନଗର ଠାରେ ବଂଶଧାରା ନଦୀରେ ବିପଦ ସଂକେତ ୫୪.୬୦ ମିଟର ଥିବା ବେଳେ ଜଳସ୍ରୋତ ବିପଦ ସଂକେତର ନିକଟରେ ପ୍ରବାହୀତ ହେଉଛି । ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଆନ୍ଧ୍ର ଶ୍ରୀକାକୁଲମ ପ୍ରଶାସନ ସହ ଆଲୋଚନା କରିବା ପରେ ଆନ୍ଧ୍ରର ହିରମଣ୍ଡଳ ଠାରେ ଥିବା ଗୋଟାବ୍ୟାରେଜର ସମସ୍ତ ୨୨ଗୋଟି ଗେଟ୍‌କୁ ଖୋଲି ଦିଆଯାଇଛି । ଯାହାକି ଓଡିଶାର ଗଜପତିରେ ବନ୍ୟାର ଆଶଙ୍କା ଟଳି ଯାଇଛି । ହେଲେ ଗଜପତି ଜିଲ୍ଲାର ମହେନ୍ଦ୍ରତନୟା ନଦୀ,ଗଣ୍ଡାହାତୀ ଜଳପ୍ରପାତ ଏବଂ ଅନେକ ଛୋଟଛୋଟ ନଦୀ ନାଳରେ ବନ୍ୟା ଜଳ ଦେଖା ଦେଇଛି ।ଏହାଦ୍ୱାରା ମୋହନା,ଆର.ଉଦୟଗିରି,ନୁଆଗଡ,ରାୟଗଡ ଆଦି ଅଞ୍ଚଳରେ କେତେକ ଗ୍ରମ୍ୟ ରାସ୍ତା ଉପରେ ନଦୀ ଓ ନାଳର ଜଳ ମାଡି ଆସିଛି । ଗଣ୍ଡାହାତୀ ଜଳପ୍ରପାତ ଯୋଗୁଁ ଗଣ୍ଡାହାତୀ ଠାରୁ ଚାଞ୍ଚଡା ସାହି ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି । ତଥାପି ଗଜପତି ଜିଲ୍ଲାର ସମସ୍ତ ଅଞ୍ଚଳରେ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ଅଧିକାରୀଙ୍କ ସହ ଏନଡିଆରଏଫ୍ ଓ ଓଡ୍ରାଫ ଟିମ୍ ସଜାଗ ରହି ସାଧାରଣଙ୍କୁ ସମସ୍ତ ସହେଯାଗ କରିବା ସହ କେତେକ ରାସ୍ତାରେ ପଡିଥିବା ଗଛକୁ ହଟାଇ ସାଧାରଣଙ୍କ ଗମନା ଗମନରେ ସୁବିଧା କରିପାରିଛନ୍ତି । ବର୍ତ୍ତମାନ ସୁଦ୍ଦା ସମଗ୍ର ଗଜପତି ଜିଲ୍ଲାରୁ ୮ହଜାର ଲୋକଙ୍କୁ ବିପଦପୁର୍ଣ୍ଣ ସ୍ଥାନରୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇ ଖାଦ୍ୟପେୟ ସହ ସମସ୍ତ ସୁବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ