ଗୁହାଳରୁ ଘୋଷାଡି ନେଇ ଗାଇକୁ ଖାଇଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା ନାରାୟଣପୁର ରେଞ୍ଜ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି. ଏକ ଗୁହାଳରେ ଗାଇଟିଏ ବିଶ୍ରାମ ନେଉଥିବାବେଳେ ରାତ୍ରବେଳା ଏକ ବାଘ ଗାଇକୁ ଘୋଷାଡି ନେଇ ଖାଇ ଦେଇଥିବା ସୂଚନା ମିଳିଛି. ଘଟଣାଟି ଗଜପତି ଜିଲ୍ଲାର ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁର ଗ୍ରାମରେ ଘଟିଛି । ଏହି ଘଟଣାରେ ଆତଙ୍କିତ ହୋଇଛନ୍ତି ଅଞ୍ଚଳବାସୀ । ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିବା ସହ ବାଘର ଗତିବିଧି ଉପରେ ନଜର ରଖିଛି , ବାଘର ପ୍ରଜାତି ଓ ଲୋକସେନ ଟ୍ରାକ କରିବା ପାଇଁ ଚେଷ୍ଟା କରୁଛନ୍ତି ବନ ବିଭାଗିୟ ଅଧିକାରୀ । କଲରା ପତରିଆ କିମ୍ବା ମହାବଳ ବାଘ ହୋଥିବା ଅନୁମାନ କରାଯାଉଛି। ବର୍ତମାନ ଜିଲ୍ଲାରେ ବାଘ ଗଣନା ଚାଲିଥିବା ବେଳେ ମୁଖ୍ୟ ରାସ୍ତା କଡ଼ରେ ଥିବା ଗ୍ରାମରେ ବାଘର ଏଭଳି ଆକର୍ମଣ ଘଟଣା ନେଇ ସାମ୍ପ୍ରତି ଅଞ୍ଚଳରେ ବାଘ ମାତିଥିବା ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ