ଗୁହାଳରୁ ଛେଳିଚୋରୀ ଅଭିଯୋଗ
ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ବେଲଗୁଣ୍ଠା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଗତ ୧୫ ଦିନ ମଧ୍ୟରେ ଅଧିକ ଛେଳି ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଦିନକୁ ଦିନ ଛେଳି ଚୋରୀ ବୃଦ୍ଧି ପାଇଥିବା ବେଳେ ଛେଳି ମାଲିକ ମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଅଢେଇ ଗ୍ରାମର ମିଥୁନ ବିଷୋୟୀଙ୍କ ଗୁହାଳରୁ ଗତକାଲି ରାତିରେ ଦୁର୍ବୁତ୍ତ ମାନେ ଟାଳି ଛେଳି ଚୋରୀ କରି ୧୫ ରୁ ଅଧ୍ଚଳ ଚୋରୀ କରିନେଇଥିବା ବେଲଗୁଣ୍ଠା ଫାଣ୍ଡିରେ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ତରଫରୁ ୫/୨୦ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଥିବା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରକାଶ କରିଛନ୍ତି ।