ଗୁହାଳ ଘରେ ବିତୁଛି ଜୀବନ; ଘର ଖଣ୍ଡିଏ ପାଇଁ ସରକାରଙ୍କୁ ଗୁହାରୀ

ଘଟଗାଁ,(ନାରାୟଣ ପଲାଇ):ଆମ ରାଜ୍ୟ ଏବଂ କେନ୍ଦ୍ର ସରକାର ଗରିବ ବାସହରା ଓ ଅସହାୟ ଲୋକ ମାନଙ୍କ ପାଇଁ ମାଗଣାରେ ଘର ଯୋଗାଇବା ପାଇଁ ମାଳ ମାଳ ଯୋଜନା ମାନ ପ୍ରଣୟନ କରୁଛନ୍ତି । କିନ୍ତୁ ଆଜିବି ଆମ ରାଜ୍ୟରେ ଏମିତି ଅନେକ ପରିବାର ଅଛନ୍ତି ଯେଉଁ ମାନେକି ସରକାରଙ୍କ ଠାରୁ ଘର ପାଇବାରେ ଯୋଗ୍ୟ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଘର ପାଇପାରୁ ନାହାନ୍ତି । ଫଳରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ସେହିଭଳି ପରିବାର ମଧ୍ୟରୁ ଜଣେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ କାଳିମାଟି ଗାଁର ନବଘନ ନାଏକ । ନଇଦ୍ଭନଙ୍କ ବୟସ ପାଖାପାଖି ଷାଠିଏ ଛୁଇଁଲାଣୀ କିନ୍ତୁ ଆଜି ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଘର ଖଣ୍ଡିଏ ପାଇପାରୁ ନାହାନ୍ତି । ଘର ଖଣ୍ଡିଏ ପାଇଁ ବାରମ୍ବାର ସରପଂଚଙ୍କୁ ଏବଂ ବ୍ଲକ୍ ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କ କଥା କେହି କର୍ଣ୍ଣପାତ କରୁନାହାନ୍ତି । ଅନ୍ୟପକ୍ଷରେ ଏ ସମ୍ପର୍କରେ ହରିଚନ୍ଦନପୁର ବିଡିଓଙ୍କୁ ଅବଗତ କରାଇବାରୁ ସେ ଆମ କ୍ୟାମେରା ସାମ୍ନାରେ କିଛି କହିନଥିଲେ ମଧ୍ୟ ନବଘନଙ୍କୁ ଆଗାମୀ ଦିନରେ ସରକାରଙ୍କ ତରଫରୁ ଘର ଆସିଲେ ତାଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରତିସୃତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ