ଗୁୁରୁ ଦିବସ ପାଳନ
ଭାରତର ପ୍ରତିନିଧିତ୍ୱ କରିଥିଲେ ଏବଂ ୧୯୪୯ରୁ ୧୯୫୨ ପର୍ଯ୍ୟନ୍ତ ତିନିବର୍ଷ ରୁଷ୍ରେ ଭାରତର ରାଷ୍ଟ୍ରଦୂତ ଥିଲେ । ଏହି ସମୟରେ ରୁଷ୍ର ସର୍ବୋଚ୍ଚ ଶାସକ ଥିଲେ ଯୋସେଫ ଷ୍ଟାଲିନ୍ ଯେ କି ରାଧାକୃଷ୍ଣନଙ୍କୁ ଖୁବ୍ ସମ୍ମାନ କରୁଥିଲେ । ସେ ଜଣେ ଅତି ସଫଳ ଜନନାୟକ ଭାବେ ୧୯୫୨ରୁ ୧୯୬୨ ପର୍ଯ୍ୟନ୍ତ ଦୁଇଥର ଭାରତର ଉପରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିଲେ । ଏହି ପ୍ରଜ୍ଞାପୁରୁଷ ୧୯୬୨ରୁ ୧୯୬୭ ପର୍ଯ୍ୟନ୍ତ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ପଦ ଗ୍ରହଣ କରିଥିଲେ । ସେ ରାଷ୍ଟ୍ରପତିଙ୍କର ସେତେବେଳର ମାସିକ ବେତନ ୧୦ ହଜାର ଟଙ୍କା ନେବା ପରିବର୍ତ୍ତେ ମାତ୍ର ୨୫୦୦ ଟଙ୍କା ଗ୍ରହଣ କରୁଥିଲେ ଏବଂ ବାକି ଅର୍ଥ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦାନ କରିଦେଉଥିଲେ । ସେ ବ୍ରିଟିଶ ଅର୍ଡ଼ର ଅଫ ମେରିଟ, ଜର୍ମାନ ମେରିଟ ଫର୍ ସାଇନ୍ସ ଆଣ୍ଡ ଆର୍ଟସ୍, ଜର୍ମାନ ପୁସ୍ତକ ପ୍ରକାଶ ସଂଘ ଶାନ୍ତି ପୁରସ୍କାର ଆଦି ଉପାଧିର ଅଧିକାରୀ ହୋଇଥିଲେ । ଦେଶର ସ୍ୱାଧୀନତା ପ୍ରାପ୍ତି ପରେ ସେ ତାଙ୍କର ‘ସାର’ ଉପାଧି ଆଉ ବ୍ୟବହାର ନ କରି ତା ପରିବର୍ତ୍ତେ ଡଃ ରାଧାକୃଷ୍ଣନ ଲେଖୁଥିଲେ । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦାର୍ଶନିକ ଏବଂ ଗୁରୁଣାଂ ଗୁରୁ ଡଃ ରାଧାକୃଷ୍ଣନଙ୍କ ନାମ ୨୭ଥର ନୋବେଲ ଚୟନ କମିଟିକୁ ସୁପାରିଶ ହୋଇଥିଲା, ୧୬ ଥର ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ଏବଂ ୧୧ ଥର ଶାନ୍ତି ପୁରସ୍କାର ନିମନ୍ତେ । ୧୯୭୫ରେ ବ୍ରିଟେନର ପ୍ରସିଦ୍ଧ ଟେମ୍ପେଲଟନ ପୁରସ୍କାର ଲାଭ କରିଥିଲେ । ୧୯୬୮ ମସିହାରେ ସେ ସାହିତ୍ୟ ଏକାଡ଼େମୀ ଫେଲୋସିପ୍ ପାଇଥିଲେ । ସେ ଗରିବ ବୟସ୍କ ବ୍ୟକ୍ତିଙ୍କର ସହାୟତା ପାଇଁ ହେଲ୍ପଏଜ୍ ଇଣ୍ଡିଆ ପ୍ରତିଷ୍ଠା କରିଥିଲେ । ସେ ଜଣେ ନିର୍ଭୀକ ଓ ଦୃଢମନା ବ୍ୟକ୍ତିଥିଲେ । ସେ ସମୟର ଦୁର୍ଦ୍ଦଶ ରାଜନେତା ମାଓ ସେତୁଙ୍ଗ ଏବଂ ଯୋଶେଫ ଷ୍ଟାଲିନ ରାଧାକୃଷ୍ଣନଙ୍କ ଜ୍ଞାନ ଓ ବ୍ୟକ୍ତିତ୍ୱ ନିକଟରେ ନତମସ୍ତକ ହୋଇଯାଉଥିଲେ । ପୋପ୍ ମଧ୍ୟ ତାଙ୍କର ଅଗାଧ ଜ୍ଞାନ ଏବଂ ପାଣ୍ଡିତ୍ୟରେ ପ୍ରଭାବିତ ହୋଇ ତାଙ୍କୁ ସମ୍ମାନ ଜଣାଉଥିଲେ । ଇଂଲଣ୍ଡର ତତ୍କାଳୀନ ରାଣୀ ଏଲିଜାବେଥ ତାଙ୍କୁ ବହୁ ଆଦର ସମ୍ମାନ କରୁଥିଲେ । ପରିବାରର ସମ୍ମତିକ୍ରମେ ରାଧାକୃଷ୍ଣନ ୧୯୦୪ ମସିହାରେ ମାତ୍ର ୧୬ ବର୍ଷ ବୟସରେ ନିଜର ଦୂର ସମ୍ପର୍କୀୟା ସିଭାକାମୁଙ୍କୁ ବିବାହ କରିଥିଲେ । ସେମାନଙ୍କର ପାଞ୍ଚଟି କନ୍ୟା ଏବଂ ଗୋଟିଏ ପୁତ୍ର ସନ୍ତାନ ହେଲେ । ପୁତ୍ର ସର୍ବପଲ୍ଲୀ ଗୋପାଳ ଜଣେ ପ୍ରସିଦ୍ଧ ଐତିହାସିକ ହେଲେ । ବିବାହର ୫୧ବର୍ଷ ପରେ ପତ୍ନୀଙ୍କ ଦେହାନ୍ତ ହୋଇଥିଲା । ରାଧାକୃଷ୍ଣନ ୧୯୭୫ ମସିହା ଅପ୍ରେଲ ମାସ ୧୭ ତାରିଖରେ ୮୬ ବର୍ଷରେ ଇହଲୀଳା ସମ୍ବରଣ କରିଥିଲେ । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନର ଆଲୋକକୁ ଯିଏ ଉଜ୍ଜୀବିତ କରାଇଥାନ୍ତି ସେ ହେଉଛନ୍ତି ଗୁରୁ । ଭାରତ ସଂସ୍କୃତିରେ ଗୁରୁଙ୍କ ସ୍ଥାନ ଅତି ଉଚ୍ଚରେ । ଶାସ୍ତ୍ରରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସହ ଗୁରୁଙ୍କୁ ତୁଳନା କରାଯାଇଛି । ଗୁରୁ ହେଉଛନ୍ତି ଆମ ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ବିନ୍ଧାଣୀ ଏବଂ ସମାଜର ନିର୍ମାତା ଅଟନ୍ତି । ପ୍ରଜ୍ଞାପୁରୁଷ ଡଃ ରାଧାକୃଷ୍ଣନଙ୍କ ଜନ୍ମଦିବସଟିକୁ ଟିକେ ଆଡ଼ମ୍ବରରେ ପାଳନ କରିବା ପାଇଁ ତାଙ୍କର ବହୁ ଛାତ୍ର ଓ ବନ୍ଧୁ ଇଚ୍ଛା ପ୍ରକାଶ କରନ୍ତେ ସେ ସବୁଗୁରୁଙ୍କ ସମ୍ମାନାର୍ଥେ ଉତ୍ସର୍ଗୀକୃତ ଭାବରେ ଗୁରୁଦିବସ ନାମରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଗୁରୁଙ୍କ ଗୌରବ ଓ ମର୍ଯ୍ୟାଦାକୁ ସେ ଭଲଭାବେ ଉପଲବ୍ଧି କରିଥିଲେ । ଗୁରୁମାନେ ଯେ ଦେଶର ମେରୁଦଣ୍ଡ ଓ ଭାଗ୍ୟବିଧାତା, ସେ ଦୃଢ ବିଶ୍ୱାସ ତାଙ୍କର ଥିଲା । ସୁତରାଂ ରାଷ୍ଟ୍ରପତି ଡଃ ରାଧାକୃଷ୍ଣନଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଭାରତ ସରକାର ୧୯୬୨ ମସିହା ସେପ୍ଟେମ୍ବର ୫ଜୁ ଜାତୀୟ ଶିକ୍ଷକ ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଲେ । ଏହା ଥିଲା ସମଗ୍ର ଶିକ୍ଷକ କୁଳକୁ ସମ୍ମାନ ଜଣାଇବାର ଦିବସ । ଶିକ୍ଷକମାନଙ୍କ କଲ୍ୟାଣ ନମନ୍ତେ ‘ଜାତୀୟ ଶିକ୍ଷକ କଲ୍ୟାଣ ପାଣ୍ଠି’ ଏହି ଦିନଠାରୁ ଗଠନ କରାଯାଇ ଅଭାବଗ୍ରସ୍ତ ଶିକ୍ଷକ, ଅକାଳ ମୃତ୍ୟୁବରଣ କରୁଥିବା ଅଥବା କ୍ରମାଗତ ପୀଡ଼ିତ ରହୁଥିବା ଶିକ୍ଷକ ଓ ତାଙ୍କ ଉପରେ ନିର୍ଭର କରି ଚଳୁଥିବା ପରିବାରବର୍ଗଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଉଛି । ଏହି ଆଦର୍ଶକୁ ଆଖିରେ ରଖି ବିଶ୍ୱର ପ୍ରତ୍ୟେକ ଦେଶ ଶିକ୍ଷକମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଭିନ୍ନ ଭିନ୍ନ ଦିନରେ ଶିକ୍ଷକ ଦିବସ ପାଳନ କରିଥାନ୍ତି । ଏପରିକି ସାର୍ବଜନୀନ ଭାବେ ଅକ୍ଟୋବର ୫ ତାରିଖକୁ ବିଶ୍ୱ ଶିକ୍ଷକ ଦିବସ ରୂପେ ପାଳନ କରାଯାଇଥାଏ । ଗୁରୁ ଦିବସକୁ ସମଗ୍ର ଭାରତବର୍ଷର ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରରେ ପାଳନ କରାଯାଇଥାଏ । ପ୍ରାୟତଃ ଅଧିକାଂଶ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୂଜା ଅର୍ଚ୍ଚନା କଲାପରେ ବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ଉତ୍ସବରେ ସାମ୍ପ୍ରତିକ ସମାଜରେ ଶିକ୍ଷକଙ୍କ ଅବଦାନ ସମ୍ପର୍କରେ ଆଲୋଚନା ମାଧ୍ୟମରେ ନିଜର ବକ୍ତବ୍ୟ ରଖିଥାନ୍ତି ଓ ଏହି ଦିବସର ସ୍ରଷ୍ଟା ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନୀର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥାନ୍ତି । ଚିଳତବର୍ଷ କରୋନା ମହାମାରୀ ପ୍ରଭାବ କମ୍ ଥିବା ଦୃଷ୍ଟିରୁ ଛାତ୍ରଛାତ୍ରୀ ଶିକ୍ଷା ଅନୁଷ୍ଠାନମାନଙ୍କରେ ଗୁୁରୁ ଦିବସ ପାଳନ କରିବା ସମ୍ଭବ ହୋଇପାରେ
ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରଦେବ ମହେଶ୍ୱର
ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରୁବେ ନମଃ
ପ୍ରାକ୍ତନ ଅଧ୍ୟକ୍ଷ, ଏସ୍ସିଆର-୯୬, ଖାରବେଳ ନଗର
ୟୁନିଟ୍-୩, ଭୁବେନଶ୍ୱର
ମୋ : ୯୪୩୭୭୭୮୩୭୧