ଗୃହକର୍ତ୍ତାଙ୍କୁ ମାଡମାରି ଲୁଟ ଉଦ୍ୟମ; ଗୃହକର୍ତ୍ତା ଲହୁଲୁହାଣ

ହାଟହିହି,(ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ -ଭାଟିଆ ରାସ୍ତାରେ ରହୁଥିବା ଭ୍ରମରବର ଜେନାଙ୍କ ଘରେ ପସି ଲୁଟ ଉଦ୍ୟମ କରୁତବବାବେଳେ ସେମାନଙ୍କୁ କାବୁ କରିବାକୁ ଯାଇ ଗୃହକର୍ତ୍ତା ଲହୁ ଲୁହାଣ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ଗତକାଲି ରାତି ଦୁଇଟା ସମୟରେ ୪ଜଣ ଚୋର ଚୋରୀ କରିବାକୁ ଆସି ଭ୍ରମରବର ଜେନାଙ୍କ ଘରେ ପସି ତାଙ୍କ ପ୍ୟାଣ୍ଟ ପକେଟରେ ଥିବା ନଗଦ ୨ହଜାର ଟଙ୍କା ନେଇଯାଇଥିଲେ । ଘର ଭିତରେ ଥିବା ଦୁଇଟି ବାକ୍ସକୁ ବାହାରକୁ ଆଣି ଖୋଜାଖୋଜି କରିବାପରେ ସେଥିରୁ କୌଣସି ସାମଗ୍ରୀ ନପାଇବାରୁ ସେମାନେ ପୁଣି ଘର ଭିତରେ ପସି ତାଙ୍କ ପତ୍ନୀ ତିଳୋତ୍ତମା ଶୋଇଥିବା ଅବସ୍ଥାରେ ତାଙ୍କ କାନରୁ ସୁନାକାନଫୁଲ ପଟେ ଛିଣ୍ଡାଇ ନେଇଥିଲେ । ଏହି ସମୟରେ ତିଳୋତ୍ତମା ଚିତ୍କାର କରିବାରୁ ଚୋରମାନେ ଦଉଡି ପଳାଇବାକୁ ଉଦ୍ୟମ କରୁଥିବାବେଳେ ପାଖ ଘରେ ଶୋଇଥିବା ତାଙ୍କ ସ୍ୱାମୀ ଉଠି ଚୋରଙ୍କ ପଛେ ପଛେ ଯାଇ ତାଙ୍କୁ କାବୁ କରିବାକୁ ଉଦ୍ୟମ କରିବାରୁ ସେମାନେ ତାଙ୍କୁ ମାଡ ମାରିବାରୁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା । ଫଳରେ ଲହୁ ଲୁହାଣ ହୋଇ ତଳେ ପଡି ଯାଇଥିଲେ । ପରେ ପରିବାର ଲୋକେ ତାଙ୍କୁ ଶାଳଣିଆଁ ମେଡିକାଲକୁ ନେଇ ଚିକିତ୍ସା କରାଉଛନ୍ତି । ସେହିପରି ଗତ ରାତିରେ ମନୋହରପୁର ଗ୍ରାମର ଭାସ୍କର ନାୟକଙ୍କ କେବିନି ଭାଙ୍ଗି କିଛି ସାମଗ୍ରୀ ଓ ନଗଦ ଟଙ୍କା ଲୁଟ କରିଥିବାବେଳେ ଗଗନ ମୁଖୀଙ୍କ ଘରୁ କିଛି ବାସନକୁସନ ନେଇଯାଇଛନ୍ତି । ସେହିପରି ପ୍ରଶାନ୍ତ ଜେନାଙ୍କ ଘରୁ ବାକ୍ସ କେତୋଟି ବାହାରକରି ଖେଳାଖେଳି କରିଥିଲେ ମଧ୍ୟ କିଛି ନେଇପାରି ନାହାନ୍ତି । ସେହିପରି ଜୀବନ ଲେଙ୍କା, ନାରଦ ମୁଖୀ, କୃପାସିନ୍ଧୁ ଜେନା ଓ ଡଅଁର ଗ୍ରାମର ସଞ୍ଜୟ ପହିଙ୍କ ଘରେ ଚାବିଭାଙ୍ଗି ପସିଥିଲେ ମଧ୍ୟ କିଛି ନେଇପାରି ନାହାନ୍ତି । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହାଟଡିହି ଅଞ୍ଚଳରେ ଗତ କିଛିଦିନ ଧରି ଚୋରୀ ଘଟଣା ବୃଦ୍ଧି ପାଇବାରେ ଲାଗିବା ସହ ଏନେଇ ପୁଲିସରେ ଅଭିଯୋଗ ମାନ ହେଉଥିଲେବି ପୁଲିସ ଚୋରଙ୍କ ସାମାନ୍ୟତମ ସୁରାକ ପାଇପାରୁ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ