ଗୃହପାଳିତ ପଶୁପକ୍ଷୀଙ୍କୁ କଷ୍ଟ ଦେଉଥିଲେ…
ଈଶ୍ୱରଙ୍କ ସମ୍ବନ୍ଧ ସୃଷ୍ଟିର ପ୍ରତ୍ୟେକ ଜିନିଷ ସହିତ ରହିଛି । ଏଥିପାଇଁ ଆଖପାଖର ସମସ୍ତ ବସ୍ତୁ, ବ୍ୟକ୍ତି ବିଶେଷ ଓ ପଶୁପକ୍ଷୀ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥା’ନ୍ତି । ଅନେକ ସମୟରେ ମଣିଷ ଏମାନଙ୍କ ସହିତ ଖରାପ ବ୍ୟବହାର କରିଥାଏ ଓ ଏହାର ପ୍ରଭାବରୁ ଖରାପ ଫଳ ପାଇଥାଏ ।
ଅନେକ ଲୋକ ଘରେ ଶୁଆ, ବିଲେଇ, କୁକୁର, ଗାଈ ଓ ଠେକୁଆ ଆଦି ରଖନ୍ତି । ସେମାନଙ୍କୁ ଖୁବ୍ ଆଦର ବି କରନ୍ତି । ତେବେ ସେମାନଙ୍କ ସହିତ ଖରାପ ବ୍ୟବହାର କଲେ ଖରାପ ଫଳ ମଧ୍ୟ ମିଳିଥାଏ । ତା’ହେଲେ ଆସନ୍ତୁ ଜାଣିବା, ସେମାନଙ୍କର ଯତ୍ନ ନନେଲେ ବା ସେମାନଙ୍କୁ କଷ୍ଟ ଦେଲେ କେଉଁସବୁ ଅସୁବିଧା ହୋଇଥାଏ ।
୧. ବିନା କୌଣସି କାରଣରେ ଜୀବନରେ ସମସ୍ୟା ଉତ୍ପନ୍ନ ହୋଇଥାଏ ।
୨. ରୋଗ ମାଡ଼ି ବସେ ।
୩. ଔଷଧ ଓ ରୋଗରେ ଅଧିକ ଟଙ୍କା ଖର୍ଚ୍ଚ ହୁଏ ।
୪. ଲୋକେ ଋଣଗ୍ରସ୍ତ ହୁଅନ୍ତି ।
୫. ମାନସିକ ଅଶାନ୍ତି ଦେଖାଦିଏ ।
ପଶୁ କିପରି ଆପଣଙ୍କ ଜୀବନକୁ ସୁନ୍ଦର କରିଥା’ନ୍ତି, ଜାଣନ୍ତୁ
୧. ପଶୁଙ୍କ ଯତ୍ନ ନେଲେ ଶନି ଦଶା କମ୍ ହୋଇଥାଏ ।
୨. ଆକସ୍ମିକ ଦୁର୍ଘଟଣାରୁ ରକ୍ଷା ମିଳେ ।
୩. ସେମାନଙ୍କୁ ଖାଦ୍ୟ ଦେଲେ ଦେଲେ ଜୀବନରେ ଖାଦ୍ୟର ଅଭାବ ହୁଏ ନାହିଁ ।
ପକ୍ଷୀ କିପରି ଆମ ଜୀବନକୁ ସୁନ୍ଦର କରିଥାଏ, ଜାଣନ୍ତୁ
୧. ପକ୍ଷୀଙ୍କୁ ଦାନା ଦେଲେ ରାହୁ ମହାଗ୍ରହଙ୍କ ପ୍ରଭାବ କମ୍ ହୋଇଥାଏ ।
୨. ପକ୍ଷୀଙ୍କୁ ପିଞ୍ଜରାରୁ ମୁକ୍ତ କଲେ ଋଣ ଓ ମୋକଦ୍ଦମାରୁ ରକ୍ଷା ମିଳିଥାଏ । ଏହା ସହିତ ଘରୁ କଳହ ଦୂର ହୋଇଥାଏ ।