ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ବସ୍ତର ଗସ୍ତପରେ ୮୬ ଜଣ ମାଓବାଦୀଙ୍କ ସମର୍ପଣ

ମାଲକାନଗିରି, (ଡ଼ଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ଦିନକୁ ଦିନ ମାଓବାଦୀଙ୍କ ଦୌରତ୍ମ ବଢ଼ିବାରେ ଲାଗିଛି। ଗୃହମନ୍ତ୍ରୀ ଅମିତ୍ ଶାହା ବାରମ୍ବାର ଏହା ଉପରେ ଡିଜି ବିଭାଗରେ ଆଲୋଚନା କରିଛନ୍ତି। ତାକୁ କେମିତି ସମ୍ପୂର୍ଣ୍ଣ ରୂପେ ନିପାତ କରାଯିବ ସେଥିନେଇ ରଣନୀତି ଚାଲିଥିବା ବେଳେ ତାଙ୍କର ଛତିଶଗଡ ରାଜ୍ୟର ବସ୍ତର ଗସ୍ତ କରିବା ମାଓବାଦୀ ମାନଙ୍କୁ ଭୟଭୀତ କରିଛି। ପଡୋଶୀ ରାଜ୍ୟ ତେଲେଙ୍ଗାନା ରାଜ୍ୟରେ ୮୬ ଜଣ ମାଓବାଦୀ ନିଜ ଅସ୍ତ୍ରଶସ୍ତ୍ର ପରିତ୍ୟାଗ କରି ପୋଲିସ ନିକଟରେ ସମର୍ପଣ କରିଛନ୍ତି। ସୁଚନାନୁଜୟୀ ତେଲେଙ୍ଗାନାର କୋଥାଗୁଡେମ୍ ହେମଚନ୍ଦ୍ରମ୍ ପୋଲିସ ମୁଖ୍ୟାଳୟରେ ପହଞ୍ଚି ଆଇ ଜି ଚନ୍ଦ୍ର ଶେଖର ରେଡ୍ଡୀଙ୍କ ନିକଟରେ ୮୬ଜଣ ମାଓବାଦୀ ସମର୍ପଣ କରିଛନ୍ତି। ପୋଲିସ ନିକଟରେ ସମର୍ପଣ କରିଥିବା ସମସ୍ତ ମାଓବାଦୀ ମାନେ ଛତିଶଗଡ଼ର ସୁକମା ଜିଲ୍ଳାର ବୋଲି ଜଣା ପଡିଛି। ମୋଟ ୮୬ଜଣ ମାଓବାଦୀଙ୍କ ମଧ୍ୟରୁ ୬୬ଜଣ ପୁରୁଷ ଓ ୨୦ଜଣ ମହିଳା ମାଓବାଦୀ ରହିଛନ୍ତି। ଆଇ ଜୀ ଚନ୍ଦ୍ରଶେଖର ରେଡ୍ଡୀଙ୍କ ସୁଚନାନୁଜୟି ତେଲେଙ୍ଗାନା ରାଜ୍ୟ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଅପରେସନ ଚେୟୁଥା ଅଭିଯାନ ସମୟରେ ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ତୁରନ୍ତ ୨୫୦୦୦/- ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ