ଗୃହରକ୍ଷୀ ବାହିନୀର ୬୦ତମ ପ୍ରତିଷ୍ଠା ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ପୁଲିସ ଜିଲ୍ଲା ଛତ୍ରପୁର ପୁଲିସ ପଡିଆ ଠାରେ ଗୃହରକ୍ଷୀ ବାହିନୀର ୬୦ତମ ପ୍ରତିଷ୍ଠା ଦିବସ ଜିଲ୍ଲା ଗୃହ ବାହିନୀ ସଂସ୍ଥା ପକ୍ଷରୁ ପାଳିତ ହୋଇଯାଇଛି । ଏଥିରେ ଗଂଜାମ ଏସପି ବ୍ରିଜେଶ କୁମାର ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ନିଷ୍ଠାପର ସେବା ଦ୍ୱାରା ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇ ସର୍ବଦା ପ୍ରଂଶସାର ପାତ୍ର ହେବାକୁ ଗୃହରକ୍ଷୀ ମାନଙ୍କୁ ଏସପି ଆହ୍ୱାନ ଦେଇଥିଲେ । ଗୃହରକ୍ଷୀମାନେ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, ମରୁଡି ଠାରୁ ଆରମ୍ଭ କରି ଆଇନ୍ ଶୃଙ୍ଖଳା , ଟ୍ରାଫିକ ନିୟନ୍ତ୍ରଣ ଭଳି ସବୁ କ୍ଷେତ୍ରରେ ଉଲ୍ଲେଖନୀୟ କର୍ତ୍ତବ୍ୟ ସମ୍ପାଦକ କରିଆସୁଛନ୍ତି । ଏସପି ଆହୁରି କହିଥିଲେ ଯେ ବିଭିନ୍ନ ସମୟରେ ଗୃହରକ୍ଷୀ ମାନେ ନିଜ ଜୀବନକୁ ପାଣି ଛଡାଇ ଜନସାଧାରଣଙ୍କ ସେବା କରିଆସିଛନ୍ତି ।ଏହିଅବସରରେ ରାଷ୍ଟପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଆସିଥବା ସନ୍ଦେଶବାର୍ତ୍ତା ଏସପି ପଠନ କରିଥିଲେ | କାର୍ଯ୍ୟକ୍ରମ ଶେଷରେ ଉଲ୍ଲେଖନୀୟକାର୍ଯ୍ୟ କରିଥିବା ଗଞ୍ଜାମ ପୁଲିସ ଜିଲାର ୫୧ଜଣ ଗୃହରକ୍ଷୀଙ୍କୁ ପୁରସ୍କୃତ କରାଯାଇଥିଲା lଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ ଓ ପି. କେ. ଦଳାଇ, ଡିଏସପି ଶ୍ରାବଣୀ ନାୟକ, ମମତା ନାୟକ, ସୁଜିତ ନାୟକ ଓ ଅଜୟ ମିଶ୍ର, ଛତ୍ରପୁର ଏସଡିପିଓ ଗୌତମ କିଷାନ, ଆସିଷ୍ଟାଂଟ କମାଣ୍ଡାଂଟ ମାନସ ରଂଜନ ମହାନ୍ତି, ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନ, ଏ ରାବଣା ରାଓ, ଗଞ୍ଜାମ ପୁଲିସ ଜିଲ୍ଲା ହାବିଲଦାର ଓ କନଷ୍ଟେବଳ ସଂଘର ସଭାପତି ଅଭିମନ୍ୟୁ ଜାଲି, ସମ୍ପାଦକ ସୁବାସ ସେଠୀ, କୋଷାଧକ୍ଷ ନରେନ୍ଦ୍ର ସାହୁଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ ଗୃହରକ୍ଷୀ ବାହିନୀ ମାନେ ଉପସ୍ଥିତ ଥିଲେ । ଏସ୍. ପର୍ଶୁରାମ ରେଡ୍ଡୀ ପ୍ୟାରେଡ ଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ