ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଚାନକ ମଙ୍ଗୁଳି ଗ୍ରସ୍ଥ

ଚୌଦ୍ଵାର,(ସଞ୍ଜୀବ କୁମାର ତିୱାରୀ ) : ଓଡ଼ିଆ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣ ଚନ୍ଦ୍ର ମହାପାତ୍ର ଅଚାନକ ଭାବେ ମଙ୍ଗୁଳି ଛକ ଗ୍ରସ୍ଥ୍ରେ ଆସି ପହଞ୍ଚି ଥିଲେ । ସେଠାରେ ମଙ୍ଗୁଳିର ଯୁବ ବିଜେପି ନେତା ଅମୂଲ୍ୟ ରଞ୍ଜନ ରାଉତ ରାୟ ମନ୍ତ୍ରୀ ଡ଼ ମହାପାତ୍ର ଙ୍କୁ ସ୍ଵାଗତ କରିଥିଲେ, ମନ୍ତ୍ରୀ ଡ଼ ମହାପାତ୍ର ମଙ୍ଗୁଳି ଛକ ରେ କିଛି ସମୟ ରହି ସେଠାକାର ସୁବିଧା ଅସୁବିଧାର ସ୍ଥିତି ଅଞ୍ଚଳ ବାସି ଙ୍କ ଠାରୁ ସମୀକ୍ଷା କରିଥିଲେ । ମଙ୍ଗୁଳି ଛକ ଏକ ବାଣିଜ୍ୟ ଭିତ୍ତିକ ଛକ ହୋଇଥିବାରୁ ଏହାକୁ କିପରି ଆହୁରି ସୁନ୍ଦର,ସୁରକ୍ଷିତ ହୋଇ ପାରିବ ସେ ଦିଗରେ ଆଗାମୀ ଦିନରେ ସରକାରଙ୍କ ତରଫରୁ କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ ଡ଼ ମହାପାତ୍ର ପ୍ରକାଶ କରିଥିଲେ, ପରେ ମଙ୍ଗୁଳି ଗ୍ରାମ କୁ ମନ୍ତ୍ରୀ ଯାଇ ଅଞ୍ଚଳ ବାସିନ୍ଦା, ମହିଳା ଓ ଛୋଟ ପିଲାମାନଙ୍କୁ ଭେଟି ବାର୍ତ୍ତାଳାପ କରିଥିଲେ, ମନ୍ତ୍ରୀଙ୍କ ଏହି ଗ୍ରସ୍ଥ ସମୟରେ ଅଞ୍ଚଳର ଅମୂଲ୍ୟ ରଞ୍ଜନ ରାଉତ ରାୟ, ପ୍ରବୋଧ କୁମାର ରାଉତରାୟ, ଗୌରାଙ୍ଗ ଚରଣ ରାଉତରାୟ, ତାପସ ରାଉତରାୟ, ସୁବ୍ରତ ରାଉତରାୟ, ପ୍ରଦୀପ ରାଉତରାୟ, ଦେବାଶିଷ ରାଉତରାୟ, ଅମରେନ୍ଦ୍ର ରାଉତରାୟ, ସୌରଭ ରାଉତରାୟ, ଅଶ୍ଵିନୀ ଜେନା, ଭାସ୍କର ରାଉତରାୟ, ଦେବାଶିଷ ସ୍ୱାଇଁ, ବିକାଶ ରାଉତରାୟ, ରମେଶ ରାଉତରାୟ, ଜୟନ୍ତ ଦାଶ, ବିଚିତ୍ରାନନ୍ଦ ରାଉତରାୟ ଓ କିଶୋର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ