ଗୃହ ଗୁଡିକୁ ପୁନଃନିର୍ମାଣ ପାଇଁ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ପାଞ୍ଚ ଶହ ରୁ ଉଦ୍ଧ୍ୱର୍ ଲୋକମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ
ଛତ୍ରପୁର, : ୧୯୯୯ ମସିହା ମହାବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭାରତ ଇଲକ୍ଟ୍ରିକାଲ ଲିମିଟେଡ୍ (ବେଲ୍) କମ୍ପାନୀ ଜରିଆରେ ପ୍ରାୟ ୫ ଶହରୁ ଅଧିକା ଘର ନିର୍ମାଣ କରି ଆର୍ଯ୍ୟପଲ୍ଲୀ ପଞ୍ଚାୟତର ନିହାତି ଗରିବ ଲୋକଙ୍କୁ ପ୍ରଦାନ କରାଯାଇଛି । ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳ ଅଞ୍ଚଳ ହୋଇଥିବାରୁ ଉକ୍ତ ଗୃହ ଗୁଡିକ ଅବଧି ପ୍ରାୟ ୧୦ ରୁ ୧୨ ବର୍ଷ ହୋଇଥାଏ । କିନ୍ତୁ ଗୃହ ଗୁଡିକୁ ଲୋକଙ୍କୁ ହସ୍ତାନ୍ତର ହେବାର ଦୀର୍ଘ ୨୦ ବର୍ଷ ବିତିଯାଇଛି । ବର୍ତ୍ତମାନ ସେହି ଗୃହ ଗୁଡିକ ଏବେ ଅବସ୍ଥା କହିଲେ ନ ସରେ । ଘରର ଛାତ ଭୁସୁଡୁ ଖଣ୍ଡ ଖଣ୍ଡ ପଡୁଥିବା ଥିବାବେଳେ କେତେକ ଘର ଗୁଡିକ ସଂପୂର୍ଣ୍ଣ ନଷ୍ଟ ହେବାକୁ ଗଲାଣି । ପ୍ରାକୃିତକ ବିପର୍ଯ୍ୟୟ ବନ୍ୟା ଓ ବାତ୍ୟାରେ ଆସିଲେ ଆର୍ଯ୍ୟପଲ୍ଲୀ ପଞ୍ଚାୟତ କ୍ଷତିଗ୍ରସ୍ତ ହେଉଛି । ଏଣୁ ଉକ୍ତ ଘର ଗୁଡିକୁ ପକ୍କା ଭାବେ ପୁନଃନିର୍ମାଣ କରିବା ନଚେତ ନୂତନ ଗୃହ ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ଠାରେ ଶନିବାର ସଂପୃକ୍ତ ପରିବାର ନିବେଦନ କରିଛନ୍ତି । ଆର୍ଯ୍ୟପଲ୍ଲୀ ସରପଞ୍ଚ ଏମ୍.ଲକ୍ଷ୍ମୀ, ଓଡିଶା ମତ୍ସ୍ୟଜିବି ନେତା ଏମ୍.ଗୁମାଲୀ ଏବଂ ନ୍ୟାୟ ସରପଞ୍ଚ ପି.ବାବାଜୀଙ୍କ ନେତୃତ୍ୱରେ ପାଞ୍ଚଶହ ରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ମାନେ ଜିଲ୍ଲା ପ୍ରଶାସନ ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲପାଳଙ୍କ ଅନୁପସ୍ଥିତିରେ ଗଂଜାମ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁଙ୍କୁ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏଥିରେ ମତ୍ସଜିବୀ ନେତା ବି.ସିମାଦ୍ରୀ, ବି.ଭୀମ, ପିି.ରାମବାବୁ, କେ.ଦାଶରଥୀ, ଭଦ୍ରବ୍ୟକ୍ତି ପି.ମାଧେୟା, ଏନ୍.ନାନେୟା, ଏନ୍.ସନ୍ୟାସୀ, ବି.ଏରେୟା,ବି.ଚନ୍ଦ୍ରୟା, ବି.ଶଙ୍କର ଙ୍କ ସମେତ ଶତାଧୀକ ମତ୍ସ୍ୟଜିବୀ ମାନେ ଉପସ୍ଥିତ ଥିଲେ ।ପ୍ରାରମ୍ଭରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ପାଞ୍ଚଶହରୁ ଉଦ୍ଧ୍ୱର୍ ଲୋକମାନେ ନେତାଜୀ ଛକ ଠାରୁ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ପହଞ୍ଚିଥିଲେ ।