ଗୃହ ନିର୍ମାଣ ପାଇଁ ନିଅଁ ଖୋଳିବା ବେଳେ ଶିବଲିଙ୍ଗ ଉଦ୍ଧାର
କେନ୍ଦ୍ରାପଡା -କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ତରାପୁର ସାମିଲ କଚେରୀଡିହ ଗ୍ରାମରେ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ ବଟେଶ୍ୱର ମହାଦେବଙ୍କ ମନ୍ଦିର ନିକଟରେ ଏକ ଆନନ୍ଦ ବଜାର ଗୃହ ନିର୍ମାଣ ନିମନ୍ତେ ଗୁରୁବାର ସକାଳେ ନିଅଁ ଖୋଳାଯିବା ବେଳେ ୪ଫୁଟ ତଳେ ଥିବା ମାଟି ଭିତରୁ ଏକ ଶିବଲିଙ୍ଗ ବାହାରିଥିବାର ଦେଖାଯାଇଛି । ସେହି ସ୍ଥାନକୁ ଅଧିକ ଖୋଳାଗଲେ ଆହୁରି ଅନେକ ପଥରର କଳାକୃତି ବାହାରିବାର ସମ୍ଭାବନା ରହିଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତିଙ୍କ ସମେତ ସ୍ଥାନୀୟ ଲୋକମାନେ ମତବ୍ୟକ୍ତ କରିଛନ୍ତି ।