ଗେଟରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୨୨୪ ରେଙ୍କ ନମ୍ବର ରଖିଲେ ଗଞ୍ଜାମ ର ନୀତିଶ କୁମାର ଗୌଡ଼
ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ସରସ୍ୱତୀ ଶିଶୁମନ୍ଦିରର ପୁର୍ବତନ ବିଦ୍ୟାର୍ଥୀ ତଥା ଗଞ୍ଜାମ ବ୍ରାହ୍ମଣ ଢ଼ାମଣା ସାହିର ବାସିନ୍ଦା ନୀତିଶ କୁମାର ଗୌଡ଼ Gate MT 2022 ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୨୪୭ ରେଙ୍କ ନମ୍ବର ରଖି ଗଞ୍ଜାମ ଅଞ୍ଚଳପାଇଁ ଗୌରବ ଆଣିଛନ୍ତି । ନୀତିଶଙ୍କ ବାପା ବିଶ୍ଵନାଥ ଗୌଡ଼ ଜଣେ ପୂର୍ବତନ ଆର୍ମି ଅଫିସ ଥିବା ବେଳେ ,ମାତା ଶୁଶୁମା ଜଣେ ଗୃହଣୀ ଅଟନ୍ତି। ନୀତିଶ ପୂର୍ବରୁ ଗଞ୍ଜାମ ସରସ୍ୱତୀ ଶିଶୁ ମନ୍ଦିରରେ ପଢ଼ୁଥିବା ସମୟରେ ୩ୟ,୫ମ୍ ଓ ୧୦ମ୍ ଶ୍ରେଣୀରେ ବୃତ୍ତି ପାଇଛନ୍ତି। NIT ପାଇ ରାଉଳକେଲାରେ ବିଟେକ ସାରିବା ସହ କିଛି ଦିନ ବେଦାନ୍ତରେ କାର୍ଯ୍ୟରତ ଥିଲେ । ଏନେଇ ନୀତିଶଙ୍କ ସହ ଯୋଗାଯୋଗ କରିବାରୁ କଠିନ ପରିଶ୍ରମ, ଭଗବାନ ଓ ଗୁରୁଙ୍କ ଆଶୀର୍ବାଦ ଯୋଗୁଁ ଏହି ସଫଳତା ପାଇଛନ୍ତି । ଭବିଷ୍ୟତରେ ଦେଶମାତୃକାର ସେବା କରିବାର ଇଚ୍ଛା ବୋଲି କହିଥିଲେ । ତାଙ୍କର ଏହି ସଫଳତା ପାଇଁ ଗଞ୍ଜାମ ସରସ୍ୱତୀ ଶିଶୁ ମନ୍ଦିର ପରିଚାଳନା କମିଟି ଓ ବିଭିନ୍ନ ବର୍ଗର ଲୋକଙ୍କ ଶୁଭେଚ୍ଛା ର ସୁଅ ଛୁଟୁଛି ।