ଗେଡମାରେ ୩୭ନଂ ଜୋନ ବିଜେଡିର ଜନ ସଚେତନତା ପଦଯାତ୍ରା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଗେଡମା ଠାରେ ୩୭ନଂ ଜୋନ ବିଜେଡିର ଜନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ସୁରେନ୍ଦ୍ର କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲା ପରିଷଦ ସଦସ୍ୟା ସୁକାନ୍ତୀ ଯେନା, କୌଶଲ୍ୟା ସେଠୀ, ସରପଞ୍ଚ ସ୍ନିଗ୍ଧାରାଣୀ କାଣ୍ଡି, ସମିତିସଭ୍ୟା ସଶ୍ମିତା ଜେନା, ସରପଞ୍ଚ ରମାକାନ୍ତ ନାୟକ, ସମିତିସଭ୍ୟା ପଦ୍ମାଳୟା ଜେନା ପ୍ରମୁଖ ଯୋଗଦେଇଥିଲେ । ଏକ ହଜାରରୁ ଉର୍ଦ୍ଧ ବିଜେଡି କର୍ମୀଙ୍କ ଦ୍ୱାରା ଅନୁଷ୍ଠିତ ଏହି ପଦଯାତ୍ରା ସାହାପୁର ଗ୍ରାମରୁ ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରିବାପରେ ଗେଡମା ପଞ୍ଚାୟତ ପଡିଆ ନିକଟରେ ପହଞ୍ଚିବାପରେ ସେଠାରେ ଅନୁଷ୍ଠିତ ଏକ ସଭାରେ ବିଧାୟକଙ୍କ ସମେତ ଯୋଗଦେଇଥିବା ଅତିଥିମାନେ ନବୀନବାବୁଙ୍କ ସରକାର ସମୟରେ ଜନ୍ମ ଠାରୁ ମୃତୁ୍ୟ ପର୍ଯ୍ୟନ୍ତ ଯେପରି ଜନହୀତକର ଯୋଜନା ଗୁଡିକ କାର୍ଯ୍ୟକ୍ଷମ ହେଉଛି ତାହାର ସୁଫଳ କିପରି ଲୋକମାନେ ପାଇପାରିବେ ତାହା ଉପରେ ଆଲୋକପାତ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟସରକାରଙ୍କ ପଦକ୍ଷେପ ସର୍ବଜନାଦୃତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଜେଡି ସରକାର ରାଜ୍ୟରେ ୨୨ବର୍ଷ ଶାସନକାଳ ସମୟରେ ଯେପରି ଓଡିଶାର ବିକାଶ କ୍ଷେତ୍ରରେ କାମ କରିଚାଲିଛନ୍ତି ତାହା ସାଧାରଣ ଲୋକମାନେ ଜାଣି ସାରିଛନ୍ତି । ଟଙ୍କାକିଆ ଚାଉଳ ହେଉ କିମ୍ବା ବଜୁ କୃଷକ ଯୋଜନା ହେଉ କିମ୍ବା ବିଜୁ ସ୍ୱାସ୍ଥ୍ୟ ଯୋଜନା ହେଉ ଏସବୁ ଯୋଜନାର ସୁଫଳ କିପରି ଲୋକମାନେ ପାଇପାରୁଛନ୍ତି ଓ ଆନ୍ୟ ଯୋଜନା ଗୁଡିକର ସୁଫଳ ପାଇବେ ତାହା ଉପରେ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଆଇନିଜିବୀ ରଙ୍ଗାଧର ମଲ୍ଲିକ ମଞ୍ଚ ସଂଯୋଜନା କରିଥିବାବେଳେ ସରପଞ୍ଚଙ୍କ ପ୍ରତିନିଧି ସୁରେନ୍ଦ୍ର କୁମାର କାଣ୍ଡି, ପ୍ରଦୀପ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ବିଜେଡି ନେତା ଦେବପ୍ରୀୟ ପାତ୍ର, ବିଜୟ କୁମାର ରାଉତ, ପୁର୍ବତନ ସରପଞ୍ଚ ତଥା ଛାତ୍ର ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଧଳ, ପ୍ରତାପ ଦେଓ, ବିଶ୍ୱନାଥ ନାୟକ, ଭୁବନ ସେଠୀ, ସମାଜସେବୀ ନାରାୟଣ ଜେନା, ବିରେନ୍ଦ୍ର କୁମାର ବିଶ୍ୱାଳ, ସୁଧାକର ଓଝା, ଧବଳେଶ୍ୱର ପଟ୍ଟନାୟକ, ଯୋଗେନ୍ଦ୍ର ବେହେରା, ଚିତ୍ତ ରଞ୍ଜନ ପାତ୍ର, ଚିନ୍ମୟ ନାୟକ, ରଞ୍ଜନ ପହି, ଗୌରାଙ୍ଗ ରଣା, ଅମିତ ଦାସ, ସୁନିଲ ମହାନ୍ତି, ନିର୍ମଳ ସେଠୀ, ଭ୍ରମରବର ସେଠୀ, ଶିଶିର ବେହେରା, ପ୍ରଦୀପ ସେଠୀ, ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ବ୍ରଜ କିଶୋର ଜେନାଙ୍କ ସମେତ କଳିଗାଁ, ଶାଳଣିଆଁ, ଆଇତିପୁର, ସମଣା, ଷଡଙ୍ଗ, ହାବଳେଶ୍ୱର, ଗେଡମା ଆଦି ପଞ୍ଚାୟତର ବିଜେଡି କର୍ମକତ୍ତା ମାନେ ଯୋଗଦେଇଥିଲେ ।


