ଗୋଆରେ ହେବ ୫୦ତମ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ

ଗୋଆରେ ଆୟୋଜିତ ହେବାକୁ ଯାଉଛି ୫୦ତମ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ । ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଦକର ଏହି ବିଷୟରେ ସୂଚନା ଦେଇଛନ୍ତି। ଏହି ଫିଲ୍ମ ଫେଷ୍ଟିଭାଲ୍ ଆଗାମୀ ନଭେମ୍ବର ୨୦ରୁ ୨୮ ତାରିଖ ଯାଏଁ ଚାଲିବ। ଏହି ଅବସରରେ ବିଗତ ୫୦ ବର୍ଷ ମଧ୍ୟରେ ରିଲିଜ୍ ହୋଇଥିବା ସାରା ବିଶ୍ୱ ର ପ୍ରାୟ ୨୦୦ଟି ଫିଲ୍ମ ପ୍ରଦର୍ଶିତ ହେବ । ଭାରତୀୟ ଭାଷାରେ ୨୬ଟି ଫିଚର ଫିଲ୍ମ ପ୍ରଦର୍ଶନ କରାଯିବ ଓ ୫୦ ବର୍ଷ ପୂର୍ବରୁ ରିଲିଜ୍ ହୋଇଥିବା ଫିଲ୍ମ ପ୍ରଦର୍ଶନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ