ଗୋଆର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ପ୍ରମୋଦ ସାୱନ୍ତ
ଗୋଆରେ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପରଲୋକ ପରେ ରାଜନୈତିକ ଘଟଣାକ୍ରମରେ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ଜନତା ପାର୍ଟି ପ୍ରମୋଦ ସାୱନ୍ତଙ୍କୁ ମନୋହର ପାରିକରଙ୍କ ଉତ୍ତରାଧିକାରୀ ଭାବରେ ଚୟନ କରିଛି । ପ୍ରମୋଦ ସାୱନ୍ତ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ସୋମବାର-ମଙ୍ଗଳବାର ରାତି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ମାତ୍ର ତାଙ୍କର ଶପଥ ଗ୍ରହଣ ସବୁଦିନ ପାଇଁ ମନେ ରହିବ । ସୋମବାର ଦିନ ସାର ବାଦ-ବିବାଦ ଲାଗି ରହିବା ପରେ ରାଜ୍ୟପାଳ ମୃଦୁଲା ସିହ୍ନା ରାତି ୧ଟା ୫୦ରେ ପ୍ରମୋଦ ସାୱନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି । ପ୍ରମୋଦ ସାୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କେନ୍ଦ୍ର ସଡ଼କ, ପରିବହନ, ଜାତୀୟ ରାଜପଥ ଏବଂ ଜାହଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଛି