ଗୋଏୟାର ପକ୍ଷରୁ ମେଗା ମିଲିୟନ୍ ସେଲ୍ ଘୋଷଣା
ଭାରତର ଘରୋଇ କ୍ଷେତ୍ରରେ ଖ୍ୟାତି ହାସଲ କରିଥିବା ବିମାନସେବା ପ୍ରଦାନକାରୀ କମ୍ପାନୀ ଗୋ ଏୟାର ପକ୍ଷରୁ ଗ୍ରାହକଙ୍କ ସୁବିଧା ପାଇଁ ଘରୋଇ ରୁଟ୍ରେ ୧ ନିୟୁତ ଟିକେଟ ୮୯୯ଟଙ୍କାରୁ ଆରମ୍ଭ କରାଯାଇଛି । ଏହାଦ୍ୱାରା ଯାତ୍ରୀ ୨୦୧୯ ଜୁନ୍ ୧୫ଠାରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଯାତ୍ରା କରିବାର ସୁଯୋଗ ଳାଭ କରିବେ । ଏଥି ପାଇଁ ୩ ଦିନିଆ ବୁକିଂ ୨୦୧୯ ମେ ୨୭ ସୋମବାରଠାରୁ ୨୯ ମେ ବୁଧବାର ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହି ଅବସରରେ ଗୋ ଏୟାର ପରିଚାଳନା ନିର୍ଦ୍ଦେଶକ ଜେହ ୱାଡିଆ କହିଲେ, “ ବିମାନସେବା କ୍ଷେତ୍ରରେ ଗୋ ଏୟାର କମ୍ପାନୀର ବିଶେଷ ଖ୍ୟାତି ରହିଥିବାବେଳେ ଗ୍ରାହକଙ୍କୁ ପାୱାର ଅଫ୍ ଟେନ୍ ଅଫର ପ୍ରଦାନ କରାଯାଉଛି । ଏହି ମେଗା ମିଲିଅନ୍ ସେଲ୍ କାର୍ଯ୍ୟକ୍ରମରେ ଯାତ୍ରୀମାନେ ମାତ୍ର ୮୯୯ ଟଙ୍କାରେ ଟିକେଟ ବୁକିଂ କରି ଜୁନ୍ରୁ ଡିସେମ୍ବର ମାସ ମଧ୍ୟରେ ନିଜର ଯାତ୍ରା ତାରିଖ ସମୟ ଆଦି ସମ୍ପର୍କରେ ଉଲ୍ଲେଖ କରିପାରିବେ । ୨୦୦୫ରେ ଗୋ ଏୟାର ଏହାର ସେବା ଆରମ୍ଭ କରିଥିଲା । ଏହି ମେଗା ଅଫର ଅବସରରେ ଯାତ୍ରୀ ସ୍ୱଳ୍ପ ମୂଲ୍ୟରେ ଯାତ୍ରା କରିବାର ସୁଯୋଗ ଲାଭ କରିପାରିବେ । ଗୋ ଏୟାର ଘରୋଇ କ୍ଷେତ୍ରରେ ଅହମ୍ମଦାବାଦ୍, ବାଗଡୋଗରା, ବେଙ୍ଗାଲୁର୍, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ଦିଲ୍ଲୀ, ଗୋଆ, ଗ୍ୱୌହାଟି, ହାଇଦ୍ରାବାଦ୍, ଜୟପୁର, ଜମ୍ମୁ, କୋଚି, କୋଲକତା, କୁନ୍ନୁର, ଲେହ, ଲକ୍ଷେ୍ନø, ମୁମ୍ବାଇ, ନାଗପୁର, ପାଟନା, ପୋର୍ଟ ବ୍ଲେୟାର, ପୁଣେ, ଆଦି ୨୪ଟି ଲକ୍ଷ୍ୟସ୍ଥଳକୁ ଯାତ୍ରା କରିଥାଏ । ସେହିପରି ଅନ୍ତର୍ଜାତୀୟ କ୍ଷେତ୍ରରେ ଫୁକେଟ୍, ମାଲେ, ମୁସକାଟ୍, ଆବୁଧାବି ଆଦି ୪ଟି ଲକ୍ଷ୍ୟସ୍ଥଳକୁ ଯାତ୍ରା କରିଥାଏ । ଏଥିରେ ୨୭୦ ବିମାନ ନିୟୋଜିତ ଥିବାବେଳେ ସପ୍ତାହରେ ୧୯୦୦ଘଂଟାର ଉଡାଣ ହୋଇଥାଏ । ଏହାସହିତ ଗୋ ଏୟାର ପକ୍ଷରୁ ସ୍ୱତନ୍ତ୍ର ରିହାତି ପ୍ରଦାନ କରାଯାଉଛି । ପେଟିଏମ୍ରେ ସର୍ବନିମ୍ନ ୨,୪୯୯ଟଙ୍କାର ଟିକେଟ ବୁକିଂ କରିଥିବା ଗ୍ରାହକଙ୍କୁ ୫୦୦ଟଙ୍କାର କ୍ୟାସ୍
ବ୍ୟାକ୍ ସୁବିଧା ମିଳିବ । ଏହା ୨୪ ଘଂଟା ମଧ୍ୟରେ ଗ୍ରାହକଙ୍କ ଆକାଉଂଟ୍ରେ ଜମା ହେବ । ଏଥି ପାଇଁ ବୁକିଂ ୨୦୧୯ ମେ ୨୭ଠାରୁ ୨୯ ମେ ପର୍ଯ୍ୟନ୍ତ ଉପଲବ୍ଧ ହେବ । ସେହିାରି ମଏନ୍ତ୍ରାରେ ସର୍ବନିମ୍ନ ୧୯୯୯ଟଙ୍କାର ଟିକେଟ ବୁକିଂ କରିଥିବା ଗ୍ରାହକଙ୍କୁ ୧୦% ରିହାତି ପ୍ରଦାନ କରାଯିବ । ମଏନ୍ତ୍ରା ୱେବସାଇଟ୍ରେ ଏହର ୨୦୧୯ ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଜୁମ୍କାରରେ ବୁକିଂ କରିଥିବା ଗ୍ରାହକଙ୍କୁ ୧୫୦୦ଟଙ୍କା କିମ୍ବା ୨୦% ରିହାତି ଉପଲବ୍ଧ ହେବ । ଏହା ୨୦୧୯ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ମିଳିାରିବ । ଆଇଓଏସ୍/ଆଣ୍ଡ୍ରଏଡ୍ ଆପ୍ ଜୁମ୍ କାର ୱେବସାଇଟ୍ରେ କୁନ କୋଡ୍ ଏଏଲ୍ଜିଓଏଆଇଆର୍୧୯ (ଅଲ୍ଗୋଏୟାର୧୯) ବ୍ୟବହାର କରାଯିବ । ସେହିରି ଫାବ୍ ହୋଟେଲରେ ୪୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେବ । ଏହାସହିତ ଫାବ୍ଗୋଏୟାର କୁନ ବ୍ୟବହାର କରିଥିବା ଗ୍ରାହକଙ୍କୁ ଅତିରିକ୍ତ ୨୫% ରିହାତି ପ୍ରଦାନ କରାଯିବ । ଏହା ୨୦୧୯ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ ।
Good news