ଗୋକର୍ଣ୍ଣପୁରରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଦିଗପହଣ୍ଡି  , (ଯୁଗାବ୍ଦ ନ୍ୟୁଜ) : ଦିଗପହଣ୍ଡି ବ୍ଳକ ବିଜେଡି ପକ୍ଷରୁ ବୁଧବାର ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ମହାଜ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରୁ ଆରମ୍ଭ ହୋଇ ଜୟନାରାଣୟ ଜୟନ୍ତୀ ଉତ୍ସବରେ ଏହି ପଦଯାତ୍ରା ଉଦ୍ଯାପନ ହେଉଥିବା ବେଳେ ବୁଧବାର ବ୍ଳକର ଗୋକର୍ଣ୍ଣପୁର ଗ୍ରାମରୁ ଏହାର ଶୁଭାରମ୍ଭ ହୋଇଯାଇଛି । ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ୱାଇଁଙ୍କ ନେତୃତ୍ୱରେ ଗୋକର୍ଣ୍ଣପୁର ଗ୍ରାମରେ ଦଳର ଛାମୁଆ ଏବଂ ନେତୃମଣ୍ଡଳୀ ଓ କର୍ମୀ ମାନେ ସମବେତ ହୋଇଥିଲେ । ପରେ ମିଳିତ ଭାବେ ଏକ ବିରାଟ ଶୋଭାଯାତ୍ରାରେ ପଦଯାତ୍ରାରେ ଗୋକର୍ଣ୍ଣପୁର ଗ୍ରାମ ପରିକ୍ରମା କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ଲୋକାଭିମୂଖୀ କରିବା ହିଁ ଏହାର ଉଦ୍ଦେଶ୍ୟ ରହିଥିବା ବେଳେ ଏହି ପଦଯାତ୍ରା ଦିଗପହଣ୍ଡି ବ୍ଳକର ସମସ୍ତ ଗାଁ ପରିକ୍ରମା କରିବ ବୋଲି ସୂଚନା ମିଳିଛି । ବୁଧବାର ଜନସମ୍ପର୍କ ପଦଯାତ୍ରାରେ ବ୍ଳକ ଅଧକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ଗୋକର୍ଣ୍ଣପୁର କୋପରେଟିଭ୍ ସୋସାଇଟି ସଭାପତି ଅସୀତ ସାହୁ, ପ୍ରମୋଦ ପାଣିଗ୍ରାହୀ, ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ୟା, ବ୍ଳକ ଯୁବ ବିଜେଡି ସଭାପତି ଚିତ୍ରସେନ ଗୌଡ, ଛାତ୍ର ଜନତାଦଳ ସଭାପତି ରାଜକିଶୋର ମହାନ୍ତି, ସିପୁ ପ୍ରଧାନ, ମିଲନ ପାଣିଗ୍ରାହୀ, ସମିତିସଭ୍ୟା ପ୍ରତିନିଧି ବାଲାଜୀ ରେଡ୍ଡି ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ