ଗୋକୁଳଧାମରେ ରାଧା ପାଦ ଦର୍ଶନ ଅନୁଷ୍ଠିତ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ପବିତ୍ର କାର୍ତ୍ତିକ ମାସ ଅଁଳା ନବମୀ ଅବସରରେ ମଙ୍ଗଳବାର ଗୋଷାଣୀନୂଆଗାଁସ୍ଥିତ ଗୋକୁଳଧାମ ମନ୍ଦିରରେ ରାଧା ପାଦ ପୂଜା ଓ ଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ବଢିଭୋରରୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା । ନବଜୀବନ ସଂଘ ପକ୍ଷରୁ ମନ୍ଦିର ପରିସର ମଧ୍ୟରେ ଭଜନ କୀର୍ତ୍ତନ, ନାମ କଥା ଆଦି ଆୟୋଜନ କରାଯିବା ସହ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଶ୍ରଦ୍ଧାଳୁମାନେ ବେଢା ପରିକ୍ରମା କରିବା ସହ ମହାମନ୍ତ୍ର ପଢି ମା ରାଧା ଙ୍କ ପୂଜାର୍ଚ୍ଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶହଦେବ ପାତ୍ର, ନବୀନ ଶତପଥୀ, ପ୍ରମୋଦ ପଣ୍ଡା, ମନ୍ଦିର ପୂଜକ ପ୍ରଦୀପ ପାତ୍ର ପ୍ରମୁଖ ବହୁ ଭକ୍ତ ଯୋଗଦେଇଥିଲେ ।


