ଗୋକୁଳଧାମ ଚଳଚଞ୍ଜଳ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ପବିତ୍ର କାର୍ତ୍ତିକ ମାସ ଅବସରରେ ବ୍ରହ୍ମପୁର ସହର ଅବସ୍ଥିତ ଗୋକୁଳଧାମରେ ସକାଳୁ ସକାଳୁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା । ଗୋକୁଳଧାମରେ ଭୋର ସକାଳୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମନ୍ଦିର କମିଟି ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା । ଭଗବାନଙ୍କ ୧୦୮ ଆଳତୀ କରିବା ସହ ମନ୍ଦିର ପୂଜକ ସତ୍ୟନାରାୟଣ ପାଲ କାର୍ତ୍ତିକ ପୁରାଣ ଉପରେ ଆଲୋକପାତ କରିଥିଲେ । ଏହାସହ ସତ୍ୟନାରାୟଣ ପାଲା ମନ୍ଦିର ପରିବେଷଣ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପ୍ରତିଷ୍ଠାତା ଜଗନ୍ନାଥ ରାଉତ ,ସହଦେବ ପାତ୍ର, କେଦାରନାଥ ଚୈାଧୁରୀ , ଦିଲୁ ସାବତ , ପ୍ରଦୀପ ପାତ୍ର , ପୂଜକ ବିକ୍ରମ ପଣ୍ଡାଙ୍କ ସମେତ ବହୁଭକ୍ତ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ